ମାନସିକ ଅନଗ୍ରସର ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଛତ୍ରପୁର (ଦେବଦତ୍ତ ମହାରଣା): ସ୍ଥାନୀୟ ତାଡେପଲ୍ଲୀସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଶୋନ୍ଦା ଫାଉଣ୍ଡେସନ ପକ୍ଷରୁ ମାନସିକ ଅନଗ୍ରସର ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ସାମଗ୍ରୀ ପ୍ରଦାନ କରାଯାଇଛି । ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥୀ ଭାବେ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ପ୍ରଶାନ୍ତ କୁମାର ମହାରଣା ଓ ସନ୍ତୋଷ କୁମାର ସାହୁ ଯୋଗଦେଇ ବହୁ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଫାଉଣ୍ଡେସନର ସୁଜତା ଓ ସୁଦେଷ୍ଣା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ