କରନାର ଦ୍ୱିତୀୟ ଲହର ପାଇଁ ଚିକିଟିରେ ପୋଲିସର ସଚେତନତା
ଚିକିଟି, (କୁରେଶୁ ସାହୁ): ସମଗ୍ର ବିଶ୍ୱରେ କରନା ଭୁତାଣୁ ର ଦ୍ୱିତୀୟ ଲହର ଚାଲିଥିବାବେଳେ ଦେଶ ତଥା ରାଜ୍ୟର ସଂକ୍ରମଣ ସଂଖ୍ୟା ଦିନନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିବାବେଳେ ଆଜି ଚିକିଟି ବ୍ଲକ କେ ନୂଆଗାଁ ଥାନା ଅନ୍ତର୍ଗତ ନୂଆପଡା ଫାଣ୍ଡି ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ନୂଆପଡା, ଚାନ୍ଦପୁର ସମେତ ଏହି ଫାଣ୍ଡି ଅଧୀନରେ ଥିବା ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ପହଞ୍ଚି ଲୋକଙ୍କୁ ମାସ୍କ ଓ ଦୁଇଫୁଟ ର ଦୂରତା ଉପରେ ନଜର ରଖିବା ପାଇଁ ତାଗିଦ କରିବା ସହ ସଚେତନତା କରିଥିଲେ।


