ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଗୋରୁମହିଷାଣି ଲୌହଖଣି ପାଶ୍ୱ ଅଂଚଳ ପାଲଟିଛି ଲୁହାପଥର ମାଫିଆଙ୍କ ଆଡ୍ଡାସ୍ଥଳୀ ।ଏହି ଅଂଚଳରେ ସ୍ଥାନୀୟ ଗ୍ରାମବାସୀ,ବନ ବିଭାଗ, ପ୍ରଶାସନ କୁ ପ୍ରଲୋଭିତ କରି ଲୁହାପଥର ମାଫିଆ ସକ୍ରିୟ ଅଛନ୍ତି । ସମସ୍ତେ ଅସହାୟ । ଲୋକଙ୍କ ଆର୍ଥିକ ଅବସ୍ଥା ର ଫାଇଦା ନେଉଛନ୍ତି ମାଫିଆ । ଲୋକଙ୍କ ହାତରେ କାମ ଓ ରୋଜଗାର ନାହିଁ । ଖଣିରେ ଶ୍ରମିକ ବଦଳରେ ମଣିଷ କରୁଛି କାମ । ଲୋକ ବେକାର ହୋଇ ବସିଛନ୍ତି ।ଏହିଭଳି ଦୁର୍ଦ୍ଦିନରେ ସହାୟ ହୋଇଛନ୍ତି ଝାଡ଼ଖଣ୍ଡ ଲୁହାପଥର ମାଫିଆ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଶୁଣ୍ଢଳ ରାସ୍ତାରେ ।ଆଜି ଭୋରୁ ଗୋରୁମହିଷାଣୀ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଶୁଣ୍ଢଳ ରାସ୍ତାରେ ଏକ ଚୋରା ଲୁହାପଥର ବୋଝେଇ ଡମ୍ପର ଜେଏଚ ୦୫ ୟୁ /୨୬୪କୁ ଜବତ କରି ଥାନାରେ ଅଟକ ରଖିବାରୁ ସହ ଡ଼୍ରାଇଭର କାର୍ତ୍ତିକ ସର୍ଦ୍ଦାର,ଘର ଝାଡ଼ଖଣ୍ଡକୁ ଗିରଫ କରି ଏକ ମାମଲା କେଶ ନଂ୫୫/୨୧ ରୁଜୁ କରିଛି । ଆସନ୍ତାକାଲି କୋର୍ଟ ଚାଲାଣ କରିବ ।


