ପଣାସଂକ୍ରାନ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରୀ
ପାରାଦୀପ, (ପୀତବାସ ପ୍ରଧାନ): ପଣାସଂକ୍ରାନ୍ତି ପାଳନ ଉପରେ ରୋକ୍ ଲଗାଇଛନ୍ତି ଜଗତ୍ସିଂହପୁର ଜିଲ୍ଳାପାଳ । ୧୨ତାରିଖ ଦିନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର କନକପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ପୀଠରେ ଝାମୁଯାତ୍ରାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪୪ଧାରା ଲାଗୁ କରାଯାଇଛି । ଏଥି ସହିତ ପଞ୍ଚପଲ୍ଲୀର ଗ୍ରାମେଶ୍ୱର ମହାଦେବ, ନାଉଗାଁ କୋରୁଅର ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର, ପରାହାଟର ମାଆ ଭଗବତୀ ମନ୍ଦିର, ନାଗପୁରାର ମା ଜାଗୁଳେଇ ମନ୍ଦିର, ଖାଲେରୀର ନୀଳକଣ୍ଠେଶ୍ୱର ମନ୍ଦିର, ଦା ଗାଁର କନକେଶ୍ୱର ଶିବ ମନ୍ଦିର, ବାୟୋନଳର ଗତେଶ୍ୱର ମହାଦେବ ମନ୍ଦିର, ସୋମନାଥ ହାଟର ମୁଚୁକୁନ୍ଦ ମହାଦେବ ମନ୍ଦିର, କୋରକୋରାର ଶ୍ରୀ ଗୋରେଖନାଥ ବିଜେସ୍ଥଳ ସହ ଧ୍ୟାନକୁଦର ଜଗନ୍ନାଥ ମନ୍ଦିର ଅଂଚଳରେ ୧୩ ଓ ୧୪ତାରିଖ ଦୁଇଦିନ ଧରି ୧୪୪ଧାରା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶାନାମା ଜାରୀ କରିଛନ୍ତି ।


