ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,(‌ୱାଇଏନ୍‌ଏସ୍‌) : ଆଜି ରାଜଧାନୀ ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ତେବେ ଚଳିତ ଥର କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳନ ହେବ ଉତ୍ସବ । ଚଳିତ ବର୍ଷ ପରେଡକୁ ବାତିଲ କରାଯାଇଛି । ତେବେ କେବଳ ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ରାଜଧାନୀର ପ୍ରତିଷ୍ଠା ଦିବସର ପୂର୍ବ ସନ୍ଧ୍ୟାରେ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଆଲୋକିକରଣ କରାଯାଇଛି । । ରାଜଧାନୀର ରାସ୍ତାଘାଟ, ସରକାରି କାର୍ଯ୍ୟଳୟକୁ ରଙ୍ଗ ବେରଙ୍ଗ ଲାଇଟରେ ସଜେଇ ଦିଆଯାଇଛି । ରାଜଧାନୀ ବାସିନ୍ଦା ମାନେ ଏହି ସୁନ୍ଦର ଆଲୋକିକରଣ ଦେଖି ସେଲ୍ପି ମଧ୍ୟ ନେଇଛନ୍ତି ।ତେବେ ଚଳିତବର୍ଷ ଧୁମ୍‌ଧାମ୍‌ରେ ଉତ୍ସବ ପାଳିତ ହେବ ନାହିଁ । କୋଭିଡ କଟକଣା ସହିତ ଉତ୍ସବ ପାଳନ ହେବାକୁ ଥିବାବେଳେ ଅନ୍ୟବର୍ଷ ପରି ବେସାମରିକ ପରେଡ୍‌ ଅନୁଷ୍ଠିତ ହେବନାହିଁ । ଜୟଦେବ ଭବନରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ସଭା କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମରେ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଥିବାରୁ ପ୍ରତିଷ୍ଠା ଦିବସ ପାଳନ ନେଇ ବିଏମ୍‌ସିରୁ ଅନୁମତି ଅଣାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ