ରାଇରଙ୍ଗପୁର ସିଭିଲ କୋର୍ଟରେ ଏକ ସପ୍ତାହ କାର୍ଯ୍ୟବନ୍ଦ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ଗତ ୪ ଦିନ ତଳେ ୧୬ ଜଣ ଅନ୍ତେବାସୀଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହାକୁ ନେଇ ରାଇରଙ୍ଗପୁର ଓକିଲ ସଂଘ ପକ୍ଷରୁ ସମସ୍ତ ଓକିଲ ଭାଇ ଭଉଣୀ ଓ କ୍ଲାଏଣ୍ଟ ମାନଙ୍କ ସୁରକ୍ଷା ପାଇଁ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଆଜିଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।ତଦସହ ରାଇରଙ୍ଗପୁର କୋର୍ଟ ସମେତ କଚେରୀ ଚିରସ୍ତାକୁ ପ୍ରଶାସନ ପକ୍ଷରୁ ସାନିଟାଇଜେସନ କରିବା ପାଇଁ ଅନୁରୋଧ କରିଛନ୍ତି ।


