କାଳିକା ନୃତ୍ୟ.. ମଙ୍ଗଳା ମନ୍ଦିରର ଅନନ୍ୟ ପରମ୍ପରା

ନିମାପଡା (ସନ୍ତୋଷ ଦାଶ ): କାକଟପୁର ର ଅଧିଷ୍ଠlତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ 30 ତାରିଖ ଠାରୁ ଆରମ୍ଭ ହୋଇଛି ଏକ ମାସ ବ୍ୟାପି ଝlମୁ ଯାତ୍ରା । ଗତକାଲି ଥିଲା ତୃତୀୟ ପାଳିଯାତ୍ରା । ପାରମ୍ପରିକ ପ୍ରଥlନୁସାରେ ଗତକାଲି ବିଳମ୍ବିତ ରାତ୍ରୀ ରେ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା କାଳିକା ନୃତ୍ୟ । ମା ଙ୍କ ଜୈନିକ ଖମାରେଇ ସେବକ ନିଜକୁ କାଳୀ ବେଶ ରେ ସଜ୍ଜିତ କରିବା ପରେ ମନ୍ଦିର ଗର୍ଭଗୃହ କୁ ଯାଇ ମା ଙ୍କୁ ସ୍ତୁତି କରିଥିଲେ । ମା ଙ୍କ ପୂଜାପଣ୍ଡl ତାଙ୍କୁ ମା ଙ୍କ ଲାଗି ସିନ୍ଦୁର ଓ ମାଳ ପ୍ରଦାନ କରିଥିଲେ । ଏହାପରେ ପାଳିଆ ସେବକଙ୍କ ଘଣ୍ଟ ମାଡକୁ ଅନୁସରଣ କରି କାଳିକା ନୃତ୍ୟ ପରିବେଷଣ କରିଥିଲେ । ମନ୍ଦିର ଭିତରେ, ବେଢାରେ, ଓ ସେବକସାହି ଦାଣ୍ଡ ରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା । ମା ମଙ୍ଗଳା ଶାନ୍ତ ଓ ମଙ୍ଗଳ ଦାୟକ ଦେବୀ ହୋଇଥିଲେ ମଧ୍ୟ ଦୁଷ୍ଟ ମାନଙ୍କୁ ସଂହାର କରିବାକୁ କାଳୀ ହୋଇପାରନ୍ତି ବୋଲି ପୁରାଣ ରେ ବର୍ଣ୍ଣିତ ହୋଇଛି । ମା ମଙ୍ଗଳା ଓ କାଳୀ ଏକ ଓ ଅଭିନ୍ନ ବୋଲି ଭକ୍ତ ମାନଙ୍କୁ ସୂଚାଇ ଦେବାକୁ ଚୈତ୍ର ମାସ ର 3,4,5 ମଙ୍ଗଳବାର ଦିନ ବିଳମ୍ବିତ ରାତି ରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଆସୁଥିବା ବିଶ୍ୱାସ ରହିଆସିଛି । କାଳିକା ନୃତ୍ୟ ମଙ୍ଗଳା ମନ୍ଦିର ର ଏକ ଅନନ୍ୟ ପରମ୍ପରା ଭାବେ ରହିଆସିଥିବା କୁହନ୍ତି ମା ଙ୍କ ସେବକ କମଳଲୋଚନ ଦୀକ୍ଷିତ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ