ବିଶିଷ୍ଟ ବ୍ୟବସାୟୀ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ମରୈଗାଁ ବଜାରର ବିଶିଷ୍ଟ ବ୍ୟବସାୟୀ ତଥା ମା ତାରିଣୀ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଶ୍ରୀନିବାସ ପଣ୍ଡାଙ୍କର ୭୧ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ହୋଇପଡିଥିଲେ । ଆଜି ସକାଳେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁଅ ସୌମ୍ୟ ପ୍ରକାଶ ପଣ୍ଡା, ଝିଅ ଲିତୁ ପଣ୍ଡାଙ୍କ ସମେତ ଅନ୍ୟପରିବାର ଲୋକେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ମନ୍ଦିର ପରିଚାଳନା କମିଟିର ସଦସ୍ୟ ସୁଦର୍ଶନ ଭୋଳ, ସୁଦାମ ଚରଣ ଜେନା, ଶରତ କୁମାର ସେଠୀ, ଜଗବନ୍ଧୁ ସାହୁ, ନିର୍ମଳ ଚନ୍ଦ୍ର ବାରିକ, ଚତୁର୍ଭୁଜ ଶଙ୍ଖୁଆ, ସୁଦର୍ଶନ ଘଡେଇ, ସନ୍ତୋଷ ସା, ପ୍ରତାପ କୁମାର ମାଝୀ, ସତ୍ୟାନନ୍ଦ ମାଝୀ, ନନ୍ଦ କିଶୋର ପଲେଇଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବ୍ୟବସାୟୀ ସଂଘ ସଦସ୍ୟ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ପୁଅ ସୌମ୍ୟ ପ୍ରକାଶ ମୁଖାଗ୍ନି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ