ଗୁହାଳରେ ଅଗ୍ନିକାଣ୍ଡ : ୨ ଗାଈ ସହିତ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ
ନାଉଗାଁ,(ୱାଇଏନ୍ଏସ୍):ନାଉଗାଁ ତହସିଲ ଅଧିନ ଡେରିକି ପଂଚାୟତ ଡେରିକି ଗ୍ରାମର କୈଳାସ ଜେନାଙ୍କ ଗୁହାଳ ଘରେ ଶୁକ୍ରବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗୁହାଳ ସମେତ ୨ଟି ଦୁଧିଆଳୀ ଗାଈ ଓ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନାଉଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଆୟତ କଲା ବେଳକୁ ଗାଈ ବାଛୁରୀ ଦଗ୍ଧ ହୋଇ ଯାଇଥିଲା । କୈଳାସ ଗାଈ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ୨ଟି ଗାଈ ମରିଯିବା ପରେ ତାଙ୍କ ପରିବାର ମାନସିକ ଭାବେ ଦୁର୍ବଳ ହୋଇ ପଡିଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।