ପୋଲିସ ଚେକିଂରୁ ବର୍ତ୍ତିବାକୁ ଯାଇ ବାଇକ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ ଜଣେ ଗୁରୁତର

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): କରୋନା ସଚେତନତା ପାଇଁ ପୋଲିସ ପେଟ୍ରୋଲିଂ,ମାସ୍କ ଏବଂ ହେଲମେଟ ମସିହାରେ କଡାକଡି କରାଯାଇଛି । ହେଲେ ଅମାନିଆ ମାସ୍କ,ହେଲମେଟ ନ ପିନ୍ଧି ପୋଲିସରୁ ବର୍ତ୍ତିବାକୁ ଯାଇ କେଉଁଠି ପୋଲିସ ସହିତ ଯୁକ୍ତି ତର୍କ କରୁଛନ୍ତି ତ କେଉଁଠି ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଶୁକ୍ରବାର ରାତି ୭.୩୦ଟା ପାଖାପାଖି ସମୟରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ନିକଟସ୍ଥ ଦାମୁଡିଗୋଡାରେ ବିଜାତଳା ଆଡୁ ଗୋରୁମହିଷାଣୀ ଯାଉଥିବା ଏକ ବାଇକ୍ ଚାଳକ ଏବଂ ପରିଜନ ହଠାତ୍ ପୋଲିସ ପେଟ୍ରୋଲିଂ ଦୂରରୁ ଦେଖି ଭୟଭୀତ ହୋଇ ବାଇକ୍ ଚାଳକ ଭାରସାମ୍ୟ ହରାଇ ଦାମୁଡିଡା ରାସ୍ତା ପା‌ଶ୍ୱର୍ରେ ଥିବା ଏକ ପଥରରେ ବାଡ଼େଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଖବର ପାଇ ବିଜାତଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗାଡିରେ ରାଇରଙ୍ଗପୁର ହସ୍ପିଟାଲକୁ ପହଞ୍ଚାଇଥିଲେ । ଡାକ୍ତରଖାନାରେ ଡାକ୍ତର ଦାସମାତ୍ ମୁର୍ମୁଙ୍କୁ ,ଘର-ବାଲିଆବାଦି , ଗୋରୁମହିଷାଣୀ ଥାନା ,ମୃତ ଘୋଷଣା କରିଥିଲେ । ଗୁରୁତର ହେଲେ ନାରାୟନ ମାରାଣ୍ଡି ,ଘର -ଚାପଲା, ଗୋରୁମହିଷାଣୀ ଥାନା । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ଶନିବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ