ନାଉଗାଁରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ନାଉଗାଁ,(ୱାଇଏନ୍ଏସ୍): ନାଉଗାଁ ବ୍ଲକରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧଦିବସ ଶନିବାର ପାଳିତ ହୋଇଯାଇଛି । ନାଉଗାଁ ବିଜେଡି ବ୍ଲକ ସଭାପତି ସୁଜିତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ନାଉଗାଁ ବ୍ଳକଛକ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ବରିଷ୍ଟ ନେତା ଅଜୟ ମହାନ୍ତି, ଅଲଣା ପଂଚାୟତ ସମିତି ସଭ୍ୟ ମନ୍ମଥ ଓଝା, ସମାଜସେବୀ ବିପିନ ବେହେରା, ଜିଲ୍ଲା ଯୁବନେତା ଆଲୋକ ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟରେ କହିଥିଲେ ବିଜୁବାବୁ ହଁ ବିଶ୍ୱ ଦରବାରରେ ଓଡିଶାର ପରିଚୟ, ଓଡିଶାର ଗର୍ବ ଓ ଗୌରବ ପାଇଁ ତାଙ୍କର ଥିଲା ଅଜସ୍ର ସ୍ୱପ୍ନ । ତାଙ୍କର ଅଧୁରା ସ୍ୱପ୍ନକୁ ତାଙ୍କର ସୁଯୋଗ୍ୟ ପୁତ୍ର ନବୀନ ବାବୁ କାର୍ଯ୍ୟକାରୀ କରି ଚାଲିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି ।


