ବେଆଇନ ବାଲି ଗାଡି ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ତହସିଲ ଅଧିନ ଝୁଟୁଣା ଓ ଜଗନ୍ନାଥପ୍ରସାଦ ବାଲିଘାଟ ନିଲାମ ହୋଇସାରିଥିଲେ ମଧ୍ୟ ଏବେ ସୁଦ୍ଧା ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ଚାଲାଣ ଥମିବା ନାଁ ଧରୁନି । ନଦୀକୂଳିଆ ଗ୍ରାମର କିଛି ଅସାଧୁ ଲାଭଖୋର ଟ୍ରାକ୍ଟର ମାଲିକ ଉକ୍ତ ବେଆଇନ ଚାଲାଣରେ ଲିପ୍ତ ରହୁଛନ୍ତି । ଶ୍ରମିକଙ୍କ ଜରିଆରେ ନିଜେ ନଦୀରୁ ବାଲି ଉତ୍ତୋଳନ କରି ଆଖପାଖ ଗାଁକୁ ବାଲି ରପ୍ତାନି କରି ହଜାର ହଜାର ଟଙ୍କା ଲାଭ ଖାଉଥିବାବେଳେ ସୁବିଧା ସୁଯୋଗ ଦେଖି ବାହାର ଗାଡିକୁ ଡାକି ବାଲି ବିକ୍ରୟ କରୁଛନ୍ତି । ଦୈନନ୍ଦିନ କାର୍ଯ୍ୟରୁ ଫୁରସତ ମିଳିଲେ ଥାନା ଓ ତହସିଲ ବିଭାଗ ବାଲିମାଫିଆଙ୍କୁ ଜବତ କରିବା ପାଇଁ ଚଢାଉ କରୁଥିଲେ ସୁଦ୍ଧା ବେପାର କିନ୍ତୁ ଦିନକୁ ଦିବ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଥାନା ପକ୍ଷରୁ କଣ୍ଟି ଏସକେପ ନିକଟରୁ ଏକ ବେଅ।।ଇନ ବାଲି ଟ୍ରାକ୍ଟରକୁ ଜବତ କରାଯାଇଥିବା ଜଣାପଡିଛି । ଏହା ସହିତ ହାଟଡିହୀ ଛକ ଠାରୁ ଓଡି୧୪ଏମ୦୨୨୪ବେଆଇନ ବାଲି ଟ୍ରକକୁ ପୁଲିସ ଜବତ କରିଛି । ବେଆଇନ ଲଘୁ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଅଭିଯୋଗରେ ଦୁଇ ଗାଡିର ଚାଳକ ବବ୍ରୁବାହନ ବେହେରା ଓ ମହେଶ୍ୱର ପଣ୍ଡାକୁ ଗିରଫ କରାଯାଇ ୧୩୩/୨୧ ଓ ୧୩୭/୨୧ରେ ମାମଲା ରୁଜ୍ଜୁ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ