ବାବା ସାହେବ ଡଃ. ବି. ଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ମଣ୍ଡଳ ବିଜେପି ପକ୍ଷରୁ ଡାବର ପଂଚାୟତରେ ବାବା ସାହେବ ଡଃ. ବି. ଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ନିଲୁରାମ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରତ୍ନାକର ତରାଇ, ଅରବିନ୍ଦ ମଲ୍ଲିକ, ଭିକାରୀ ସ୍ୱାଇଁ, ବାବନ ମଲ୍ଲିକ, ଧୀରେନ୍ଦ୍ର ମଲ୍ଲିକ, ଇଲୁ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଡଃ.ଆମ୍ବେଦକରଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ ।


