‘ସ୍ତମ୍ଭକାର ଦିବସ’ ପାଳନ ଏକ ସ୍ୱତନ୍ତ୍ର ଓ ଅନନ୍ୟ ପ୍ରୟୋଗ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ପ୍ରକାଶ ପାଉଥିବା ପାକ୍ଷିକ “ଲେଖନୀର ଅଗ୍ନିଶିଖା” ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ସ୍ତମ୍ଭକାର ଦିବସ’ରେ ହିଲପାଟଣାସ୍ଥିତ ଏସଏମଆଇଟି ସମ୍ମିଳନୀ କକ୍ଷରେ ସ୍ତମ୍ଭକାରମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ମିଡିଆକୁ ଚତୁର୍ଥ ସ୍ତମ୍ଭର ସ୍ୱୀକୃତି ଦିଆଯାଇଥିବାରୁ ‘ସ୍ତମ୍ଭକାର ସମାବେଶ ଓ ସମ୍ବର୍ଦ୍ଧନା କରାଯାଇଥିବାରୁ ସ୍ତମ୍ଭକାର ମହଲରେ ପତ୍ରିକାର ପ୍ରୟାସକୁ ବେଶ୍ ପ୍ରଶଂସା କରାଯାଇଛି । ଏହି ସମାବେଶରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଡ଼. କୁଳମଣି ଓଝା ନିଜ ଭାଷଣରେ କହିଥିଲେ ଯେ ସାମ୍ବାଦିକତା କ୍ଷେତ୍ରରେ ସ୍ତମ୍ଭ ଓ ସ୍ତମ୍ଭକାରଙ୍କ ଭୂମିକା ସ୍ୱତନ୍ତ୍ର ଓ ଅନନ୍ୟ । କୁଳଦୀପ ନାୟାରଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ ବିଶ୍ୱରଂଜନଙ୍କ ଭଳି ବିଜ୍ଞ ପ୍ରାଜ୍ଞ ନିଜ ସ୍ତମ୍ଭ ମାଧ୍ୟମରେ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି । ସ୍ତମ୍ଭ ଲିଖନ ଏକ ମୌଳିକ ଚିନ୍ତନ ଓ ଲେଖନର ସମାବେଶ ଅଟେ । ଏହା ଲେଖକର ଗାରିମାକୁ ଜନ ସାଧାରଣରେ ପ୍ରତିପାଦିତ କରୁଥିବା ବେଳେ ସଂପାଦନା ପୃଷ୍ଠାର ଗୁରୁ୍‌ତ୍ୱ ଓ ଗୌରବ ବହନ କରିଥାଏ । ସ୍ତମ୍ଭକାରଙ୍କୁ ସମ୍ମାନ କରାଯିବା ଏକ ଉଚ୍ଚକୋଟିର ପରଂପରା ବୋଲି ସେ ଉଲ୍ଲେଖ କରିଥିଲେ । ଅନ୍ୟତମ ବକ୍ତା ଭାବେ ସାମ୍ବାଦିକତା ବିଭାଗର ଅଧ୍ୟକ୍ଷ ଡ଼ଃ ହରିଶ ଚନ୍ଦ୍ର ବେହେରା ଏଭଳି ସ୍ତମ୍ଭକାର ଦିବସ ପାଳନ ଯୁବ ସାମ୍ବାଦିକଙ୍କୁ ବେଶ୍ ଉତ୍ସାହିତ କରିବା ସହ ଲେଖନୀ ଚାଳନା କରୁଥିବା ଅନେକ ବ୍ୟକ୍ତିଙ୍କୁ ସମାଜର ଦୃଶ୍ୟପଟକୁ ଆଣିପାରିବ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମରେ ସଂଯୋଜ ତଥା ଗଣମାଧ୍ୟମ ବ୍ୟକ୍ତିତ୍ୱ ସନତ କୁମାର ପଣ୍ଡା ଏଭଳି ଏକ ଦିନ ପାଳନର ଆବଶ୍ୟକତା ଓ ଏଥି ନିମନ୍ତେ କରାଯାଇଥିବା ପ୍ରୟାସ ସଂପର୍କରେ ଆଲୋକପାତ କରିଥିଲେ । ଗୁୁଗୁଲ ମିଟ୍‌ରେ ଓଡ଼ିଶାର ସ୍ତମ୍ଭକାରଙ୍କ ସମାବେଶ ବେଶ୍ ଅନ୍ୟାନ୍ୟ ପରମ୍ପରା ସୃଷ୍ଟି କରିଥିବା ସେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଏସଏମଆଇଟି ପରିଚାଳନା କମିଟିର ସଂପାଦକ ଜାମୁଲା ଶଙ୍କର ନାରାୟଣ । ନିଜ ଭାଷଣ ପ୍ରସଙ୍ଗରେ ଏଭଳି ଆୟୋଜନ ରଚନାତ୍ମକ ଦୃଷ୍ଟିରୁ ବେଶ୍ ପ୍ରଭାବଶାଳୀ ବୋଲି କହିଥିଲେ । କରୋନା କାଳ ଥିବାରୁ ଗୁଗୁଲ ମିଟରେ ୩୫ଜଣ ସ୍ତମ୍ଭକାର ଯୋଡି ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ତମ୍ଭକାର ପ୍ରଫୁଲ ଚନ୍ଦ୍ର ମହାନ୍ତି (ହାରିତସ), ବିଘ୍ନେଶ୍ୱର ସାହୁ, ଲକ୍ଷ୍ମୀ ନାରାୟଣ ଦାସ, ଡ଼ଃ. କୁଳମଣୀ ଓଝା, ରାଧାମୋହନ ପଟ୍ଟନାୟକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସାମ୍ବାଦିକତା ବିଭାଗ ତରଫରୁ ଅଧ୍ୟାପିକା ଡଃ. ସୋନାଲୀ ଗନ୍ତାୟତ ନିଜସ୍ୱ ମତ ରଖିଥିଲେ । କାର୍ଯ୍ୟକ୍ରମରେ ଶେଷରେ ସରୋଜ ମହାନ୍ତି ଧନ୍ୟବାଦ ଦେଇଥିବା ବେଳେ ସନ୍ତୋଷ କୁମାର ବେହେରା, ରୋଶନୀ ସାହୁ, ପ୍ରଶାନ୍ତ କର, ଜିତୁ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ