ଭର୍ସାଟାଇଲ ଆକ୍ଟର ରଣବୀର
ବଲିଉଡ୍ ନାୟକ ରଣବୀର ସିଂଙ୍କୁ ବହୁମୁଖୀ ପ୍ରତିଭାର କଳାକର ବୋଲି କୁହାଯାଇଥାଏ । କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଭଲ ଅଭିନୟ କରିପାରନ୍ତି । ନିକଟରେ ସେ ୟଶରାଜ ବ୍ୟାନରରେ ଜୟେଶଭାଇ ଜୋରଦାରରେ ଅଭିନୟ କରିବେ ବୋଲି ଜଣାପଡିଛି । ଏବେଠାରୁ ସେ ଏଥିପାଇଁ ନିଜର ଅଭ୍ୟାସ ଆରମ୍ଭ କରି ସାରିଥିବା କୁହାଯାଏ । ଏଥିପାଇଁ ସେ ଗୁଜରାଟି ଭାଷା ଶିକ୍ଷା କରୁଛନ୍ତି । ଏହାସହ ସେ କରନ ଜୋହରଙ୍କ ଐତିହାସିକ ଫିଲ୍ମ “ତଖତ’ ପାଇଁ ମଧ୍ୟ ବହୁ ପରିଶ୍ରମ କରିଥିବା କୁହାଯାଏ । ପଦ୍ମାବତ, ଶିମ୍ବା, ଗଲିବୟେ ଭଳି ଭିନ୍ନ ଭିନ୍ନ କାହାଣୀର ଚରିତ୍ରରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ସେ କୁହନ୍ତି ପିଲାଦିନୁ ଅଭିନୟ ଶିଖିବା ବେଳୁ ସେ ଜଣେ ଭଲ ଅଭିନେତା ହେବା ପାଇଁ ଚେଷ୍ଟା କରିଥିଲେ । ଆଉ ତା’ର ପରିଣାମ ହେଉଛି ଆଜିର ଷ୍ଟାରଡମ୍ । ତେଣୁ ରଣବୀରଙ୍କ ଏହି ଚେଷ୍ଟା ଆଜି ତାଙ୍କୁ ଜଣେ ବହୁମୁଖୀ କଳାକାରର ପରିଚୟ ଦେଇଛି ।


