ଧନ୍‌ତେରସ୍‌ରେ ୩୦ ଟନ୍ ସୁନା ବିକ୍ରି

ମୁମ୍ବାଇ: ଚଳିତ ବର୍ଷ ଧନ୍‌ତେରସରେ ଦେଶରେ ୩୦ ଟନ୍ ସୁନା ବିକ୍ରି ହୋଇଛି । ଇଣ୍ଡିଆନ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେର ଏହି ସୂଚନା ଦେଇଛନ୍ତି । ଗତ କିଛି ବର୍ଷ ହେଲା ଧନତେରସରେ ପ୍ରାୟ ୪୦ ଟନ୍ ସୁନା ବିକ୍ରି ହୋଇଥିଲା । କିନ୍ତୁ ଚଳିତ ବର୍ଷ ସୁନା ମୂଲ୍ୟ ଅଧିକ ରହିବା ସହିତ ବଜାରରେ ନଗଦ ଅର୍ଥର ଅଭାବ ଥିବା ଯୋଗୁଁ ସୁନା ବିକ୍ରି ପରିମାଣ ୨୦ ଟନ୍ ରହିବ ବୋଲି ଆଶା ରହିଥିଲା । ତେବେ ଗତବର୍ଷ ତୁଳନାରେ ସୁନା ବିକ୍ରିର ପ୍ରାୟ ୨୫ ପ୍ରତିଶତ ହ୍ରାସ ଘଟିଛି । ମୂଲ୍ୟ ଅଧିକ କାରଣରୁ ଦେଶରେ ସୁନା ଚାହିଦା କମ୍ ଥିଲା । ତେଣୁ ବିକ୍ରି ଏତେ ପରିମାଣରେ ହେବା ନେଇ ଆମେ ଆଶା କରିନଥିଲୁ ବୋଲି ସେ କହିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଏହି ଧାତୁର ମୂଲ୍ୟ ଅଧିକ ରହିଛି । ଏଥିସହିତ ସରକାର ଆମଦାନୀ ଶୁଳ୍କ ୧୦% ରୁ ୧୨.୫% କୁ ବୃଦ୍ଧି କରିଥିବାରୁ ସୁନା ଦର ଅଧିକ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ