ନୋସିରେ ୪୨ତମ ଫେସବୁକ କବିତା ଆସର
ବାଲେଶ୍ୱର,: ଫେସବୁକ କବିଙ୍କୁ ନେଇ ପ୍ରତି ମାସ ୪ର୍ଥ ରବିବାରରେ ଆୟୋଜିତ ହୋଇଆସୁଥିବା ମାସିକ ଫେସବୁକ କବିତା ଆସର ଦୀପାବଳି ଯୋଗୁଁ ଚଳିତ ମାସ ୪ର୍ଥ ଶନିବାରରେ ବାମପଦାସ୍ଥ ନୋସି ଉକ୍ରଳାରେ ୪୨ତମ ଫେସବୁକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରର ପ୍ରାରମ୍ଭରେ ଶିଳ୍ପୀ କେଶୁ ଦାସ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । କବିତା ପାଠୋତ୍ସବକୁ କବି ପ୍ରଦୀପ୍ତ ମିଶ୍ର ସୁନ୍ଦର ଭାବରେ ସଂଜଯୋନା କରିଥିଲେ । ଏହି କବିତା ଆସରରେ କବି ପ୍ରବୀର କମିଳା, ଗଗନ ସେଠୀ, ମହମ୍ମଦ ଇନାୟତ ଅଲ୍ଲୀ ଖାଁନ, ମଧୁସୂଦନ ମିଶ୍ର, ଜୁୁମରନାଥ ପାତ୍ର, ସୁବାସ ସ୍ୱାଇଁ, ସୀବ ଜେନା, ଦେବାଶିଷ ସିଂ, ତୃପ୍ତିରାଣୀ ପାତ୍ର ପ୍ରମୁଖ କବି ଓ କବୟତ୍ରୀ ଗଣ ଯୋଗଦେଇ ସ୍ୱରଚିତ କବିତାମାନ ପାଠ କରିଥିଲେ । କବି ରଣଜିତ ପୃଷ୍ଠି ଧନ୍ୟବାଦ ପ୍ରଦାନ କରିଥିବା ବେଳେ କଣ୍ଠଶିଳ୍ପୀ କୁମାର ଦେବାଷିଶ ସଂଗୀତ ପରିବେଷଣ କରି ଦର୍ଶକମାନଙ୍କୁ ମନ ମୁଗ୍ଧ କରିବା ସହ ଏହି କବିତା ଆସରକୁ ବେଶ୍ ଉପଭୋଗ କରିଥିଲେ ।


