ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶ୍ରେଷ୍ଠ ବିଦ୍ୟାଳୟ ଘୋଷିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍); ଛତ୍ରପୁର ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୨୦୧୮-୧୯ ଶିକ୍ଷାବର୍ଷର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଥିବାରୁ ଓଡିଶା ସରକାରଙ୍କ ତରଫରୁ ଦ୍ୱିତୀୟ ଥର ପାଇଁ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ସହ ଏକ ଲକ୍ଷ ଟଙ୍କା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି । ପ୍ରକାଶ ଥାଉ କି,ଦୀର୍ଘ ବର୍ଷ ଧରି ଦଶମ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ପାଇଥିବାରୁ ଏହି ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ଘୋଷଣା କରାଯାଇଛି । ଉକ୍ତ ବିଦ୍ୟାଳୟ ସହରର ସର୍ବ ପୁରାତନ ଶିଶୁ ମନ୍ଦିର ହୋଇଥିବା ବେଳେ ଶ୍ରେଷ୍ଠ ବିଦ୍ୟାଳୟ ଘୋଷଣା ହେବା ପରେ ଅନୁଷ୍ଠାନର ସଂପାଦକ ପି.ଭେଙ୍କଟ କ୍ରିଷ୍ଣାୟା,ସଭାପତି ରଜନୀକାନ୍ତ ପଟ୍ଟନାୟକ,ଉପସଭାପତି ପଦ୍ମ ଚରଣ ସାହୁ,କୋଷାଧ୍ୟକ୍ଷ ଏ.ରାବଣା ରାଓଙ୍କ ସମେତ ଅନ୍ୟ ସମସ୍ତ କମିଟି ସଦସ୍ୟ ଓ ପ୍ରଧାନ ଆଚାର୍ଯୟ ରବୀନ୍ଦ୍ର ନାଥ ଦାସ ଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।


