ଏହି ଯୋଡ଼ି ହେଲେ “ନଚ୍ ବଲିୟେ’ ବିଜେତା

ମୁମ୍ବାଇ: ସେଲେବ୍ରିଟି ଡ୍ୟାନ୍ସ ରିଆଲିଟି ଶୋ’ “ନଚ୍ ବଲିୟେ-୯’ ବେଶ୍ ଚର୍ଚ୍ଚାରେ ରହୁଛି । ଏଥରର ଥିମ୍ ଅନ୍ୟ ସିଜିନରୁ ଟିକେ ହଟକେ ରଖାଯାଇଥିଲା । ଚଳିତ ସିଜିନରେ ମ୍ୟାରେଡ୍ କପଲ୍‌ଙ୍କ ସହ ଏକ୍ସ କପଲ୍ ମଧ୍ୟ ସାମିଲ୍ ହୋଇଥିଲେ । ଫଳରେ ଶୋ’ରେ ଅନେକ ଡ୍ରାମା ଓ କଣ୍ଟ୍ରୋଭର୍ସି ଦେଖିବାକୁ ମିଳିଥିଲା । ତେବେ ହାଇ ଟିଆରପି ରଖୁଥିବା ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଏପିସୋଡର ଶୁଟିଂ ସରିଯାଇଛି, ଯାହା ଆସନ୍ତା ୱିକେଣ୍ଡରେ ପ୍ରସାରିତ ହେବ ।
ଗ୍ରାଣ୍ଡ ଫିନାଲେ ଏପିସୋଡ ଏଯାଏ ଅନ୍ ଏୟାର୍ ହେଇନି ସତ, କିନ୍ତୁ ଶୋ’ର ବିଜେତାଙ୍କ ନାଁ ବାହାରକୁ ଆସିଯାଇଛି । ଚର୍ଚ୍ଚା ହେଉଛି, ପ୍ରିନ୍ସ ନରୁଲା ଓ ଯୁବିକା ଚୌଧୁରୀ “ନଚ ବଲିୟେ-୯’ର ବିଜେତା ହୋଇଛନ୍ତି । ପ୍ରିନ୍ସ ଓ ଯୁବିକାଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା “ବିଗ୍‌ବସ୍‌-୯’ରୁ । ରିଆଲିଟି ଶୋ’ “ରାଡିସ୍‌’ ଓ “ସ୍ପିଟ୍ସଭିଲ୍ଲା’ ଜିତିବା ପରେ ପ୍ରିନ୍ସ ଆସିଥିଲେ “ବିଗ୍‌ବସ୍‌’କୁ । ଏଇଠି ତାଙ୍କର ଯୁବିକାଙ୍କ ସହିତ ଦେଖା ହୋଇଥିଲା । ଶୋ’ରେ ସେମାନେ ବେଶ୍ ଭଲ ବନ୍ଧୁ ପାଲଟି ଯାଇଥିଲେ । ତେବେ ପ୍ରିନ୍ସ ତାଙ୍କୁ ମନେ ମନେ ବହୁତ ପସନ୍ଦ କରୁଥିଲେ ଓ ତାଙ୍କୁ ବିବି-ହାଉସରେ ପ୍ରପୋଜ୍ ମଧ୍ୟ କରିଥିଲେ । ପ୍ରିନ୍ସ “ବିଗବସ୍‌-୯’ର “ିନର୍ ହାଇଥିଲେ । ଏହାପରେ ଦୁହେଁ ପରସ୍ପରକୁ କିଛି ବର୍ଷ ଡେଟ୍ କରିବା ପରେ ଗତବର୍ଷ ଅକ୍ଟାବରେ ବିବାହ କରିଥିଲେ । ଏବେ ଦର୍ଶକଙ୍କର ଏହି ଫେଭରେଟ୍ ଟିଭି କପଲ୍ “ନଚ୍ ବଲିୟେ ୯’ର ବିଜେତା ହୋଇଯାଇଛନ୍ତି ।
ଯଦି ଏ ଖବର ଠିକ୍ ହୁଏ, ତା’ହେଲେ ପ୍ରିନ୍ସ ନରୁଲାଙ୍କର ଏହା ହେଉଛି ଚତୁର୍ଥ ରିଆଲିଟି ଶୋ’ ହେବ ଯେଉଁଥିରେ ସେ ବିଜୟ ମୁକୁଟ ପିନ୍ଧିଛନ୍ତି । ସୂଚନା ଅନୁଯାୟୀ, ପ୍ରିନ୍ସ ଓ ଯୁବିକା ବିଜେତା ହୋଇଥିବାବେଳେ ପ୍ରଥମ ରନର୍ସ ଅପ୍ ହାଇଛନ୍ତି ଅନୀତା ହସନନ୍ଦନୀ ଓ ରାହିତ୍ ରେଡ୍ଡିଙ୍କ ଯୋଡ଼ି । ସେହିପରି ବିଶାଲ୍ ଆଦିତ୍ୟ ସିଂହ ଓ ମଧୁରିମା ତୁଲୀଙ୍କ ଯୋଡ଼ି ତୃତୀୟ ସ୍ଥାନରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ