ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କଲେ ବିଡିଓ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ ଆଜି ଏକ ସ୍କୁଲକୁ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିବା ଜଣାଯାିଛି । ଖବରରୁ ଜଣାଯାଇଛି ଯେ ବିଡିଓ ବିନିତା ବିଜୟନୀ ଆଜି ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରିବାକୁ ଯାଇଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ ନିୟମାନୁଯାଇ ଶିକ୍ଷାଦାନ କରାଯାଉଛି କି ନାହିଁ ସେନେଇ ବିଭିନ୍ନ ଶ୍ରେଣୀଗୃହ ବୁଲି ତଦାରଖ କରିବା ସହିତ ସ୍କୁଲର ପରିବେଶ ଦେଖି ଖୁସି ବ୍ୟକ୍ତ କରିôତଲେ । ଏପରିକି ୧୦ମ ଶ୍ରେଣୀର ପିଲାମାନଙ୍କୁ ଇତିହାସ ବିଷୟରେ ଶିକ୍ଷାଦାନ କରିଥିଲେ । ବିଡିଓଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ଖୁବ ପ୍ରସଂଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ