ମନ୍ଦିର ଓ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନିମାପଡା (ସନ୍ତୋଷ ଦାଶ ) ସାମାଜିକ ଅନୁଷ୍ଠାନ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୁଧବାର ଦିନ ମଞ୍ଚ ପକ୍ଷରୁ ପୁରୀ ଜିଲ୍ଲା କାକଟପୁର ର କୁତlମଚଣ୍ଡୀ ପୀଠ,ପ୍ରାଚୀନଦୀ କୁଳସ୍ଥ ରାମେଶ୍ୱର ଶୈବପୀଠ ପରିସର,ଗୌତମମୁନି ଆଶ୍ରମ ପରିସର, ରୋହିଣୀକୁଣ୍ଡ ମଠ ପରିସର ଓ ଜଗନ୍ନାଥପୁର ନୋଡାଲ ବିଦ୍ୟାଳୟ ପରିସର ରେ ନିମ୍ବ, ଆମ୍ବ, କଦମ୍ବ ଅଁଳା,ବଉଳ, ନାଗେଶ୍ୱର, ଚମ୍ପା, ପ୍ରଭୁତି ବୃକ୍ଷ ଚାରା ରୋପଣ କରାଯାଇଥିଲା l ଅନୁଷ୍ଠାନ ର ରାଜ୍ୟ ସମ୍ପାଦକ ଅବସରପ୍ରାପ୍ତ ପ୍ରଶାସକ ଇଂ. ଜଗବନ୍ଧୁ ଷଢଙ୍ଗୀ, ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ପଣ୍ଡିତ ତ୍ରିଲୋଚନ ମିଶ୍ର,ଅନୁଷ୍ଠାନ ର କାକଟପୁର ଶାଖା ସଭାପତି କୈଳାଶ ଚନ୍ଦ୍ର ବରାଳ ପ୍ରମୁଖ ଙ୍କ ତତ୍ୱାବଧାନ ରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l


