ଚିକିତ୍ସାଧୀନ ଅବସ୍ଥାରେ ସିଆରପିଏଫ ଯବାନଙ୍କ ମୃତ୍ୟୁ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): : ଚିକିତ୍ସାଧୀନ ଅବସ୍ଥାରେ ସିଆରପିଏଫ ଯବାନଙ୍କ ମୃତ୍ୟୁ । ମୃତ ଯବାନ ଜଣକ ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଦୁବୁଲାବେଡା ଗ୍ରାମର ଲଳିତ ମହାନ୍ତ ବୋଲି ଜଣାପଡିଛି। ୨୦୦୪ ମସିହା ରୁ ସିଆରପିଏଫ ରେ ଯୋଗ ଦେଇଥିବା ଲଳିତ ରାୟଗଡ଼ାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଗତକାଲି (ବୁଧବାର) ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ରାତିରେ ତାଙ୍କ ମରଶରୀର କୁ ଯବାନ ମାନେ ଦୁବୁଲାବେଡା ଗାଁକୁ ଆଣି ପରିବାର ଲୋକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସଲାମି ଦେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ମୃତ୍ୟୁ ର ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ