ସ୍ବାଧୀନତା ଦିବସ ପାଳନ ନିମନ୍ତେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ
କୋଣାର୍କ, (ଗଣେଶ ବେହେରା):ସ୍ବାଧୀନତା ଦିବସ ପାଳନ ନିମନ୍ତେ କୋଣାର୍କ ସାମ୍ବାଦିକସଂଘ ପକ୍ଷରୁ କୋଣାର୍କ ବସଷ୍ଟାଣ୍ଡ ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଜ୍ୟୋତିରାଜ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କୋଭିଡ କଟକଣା ଅନୁଯାୟୀ ପତାକା ଉତ୍ତୋଳନ, ରାମଧୂନଗାନ, ବୃକ୍ଷରୋପଣ କାର୍ଯ୍ଯକ୍ରମ, ବରପୁତ୍ର ମାନଙ୍କର ଉଦ୍ଦେଶ୍ୟରେ ଅମ୍ଲାନ କୀର୍ତର ସ୍ମୃତିଚାରଣ କରାଯିବା ପାଇଁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ସଂଘର ସମ୍ପାଦକ ମନୋରଞ୍ଜନ ପଣ୍ଡା, ଉପସଭାପତି ଭାଗୀରଥୀସ୍ୱାଇଁ, ମୁଖ୍ୟ ଉପଦେଷ୍ଟା ମାନସ ରଞ୍ଜନ ପାତ୍ର, ଉପଦେଷ୍ଟା ରାଜେଶ କୁମାର ମହାନ୍ତି, ଅଜିତ କୁମାର ମଲ୍ଲିକ, ନିରଂଜନ ବାରିକ, ସାମ୍ବାଦିକ ସୁକାନ୍ତ କୁମାର ବିଶ୍ବାଳ, ପ୍ରଦୀପ କୁମାର ଛାଟୋଇ, ପ୍ରତାପ କାଣ୍ଡି, ଗଣେଶ ଚନ୍ଦ୍ର ବେହେରା, ଅରୁଣ କୁମାର ବିଶ୍ବାଳ, ପ୍ରମୋଦ ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ।


