ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ସ୍ୱାସ୍ଥ୍ୟ କିଟ ବଣ୍ଟନ
ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମହାସଂଘର ସାଧାରଣ ସମ୍ପାଦକ ଡଃ କେ.ଆନନ୍ଦ ରାଓଙ୍କ ଉପସ୍ଥିତ ରେ ପୋଟ୍ଟଲାମପୁର ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଏଏନଏମ ଓ ଆଶାକର୍ମୀ ମାନଙ୍କୁ ସ୍ୱାସ୍ଥ୍ୟ କିଟ୍ ପ୍ରଦାନ କରାଯାଇଛି । ପ୍ରତ୍ୟେକ ସ୍ୱାସ୍ଥ୍ୟ କିଟ୍ ରେ ଦୁଇଟି ଲେଖାଏଁ ପଲସ ଅକ୍ସିମିଟର , ୨ଟି ଡିଜିଟାଲ ଥର୍ମୋମିଟର , ୧୦୦ଟି ମାସ୍କ , ୧୦୦ଟି ହାତ ଗ୍ଲୋବ୍ସ, ୧୦୦ ମଲ୍ଟି ଭିଟାମିନ ବଟିକା, ୧୦୦ ପାରା ସୀଟାମଲ ବଟିକା, ଭିଟାମିନ ସି ଓ ଡି ବଟିକା, ୨୦ଟି ଓଆରଏସ ପକେଟ ଏବଂ ୫ଟି ସାନିଟାଇଜର ରହିଛି । ଏହି ଅନୁଷ୍ଠାନ ସମସ୍ତ ପ୍ରକାରର ଯଥା- ବତ୍ୟା, ବନ୍ୟା, ମରୁଡି, ମହାମାରୀ ଆଦି ଅସୁବିଧା ସମୟରେ ସବୁବେଳେ ସହଯୋଗର ହାତ ବଢା ଆସିଛି ବୋଲି ସାଧାରଣ ସମ୍ପାଦକ ଶ୍ରୀ ରାଓ କହିଛନ୍ତି । ଚଳିତ ମହାସଂଘ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୪୯୮ ଭିନ୍ନକ୍ଷମ ପରିବାର କୁ ୩ ମାସର ରାସନ ପ୍ରଦାନ କରାଯାଇଥିବା ବେଳେ ଛତ୍ରପୁର ସ୍ଥିତ ଦାମିଆନ ନଗରର ୫୦ ପରିବାରକୁ ୨ଥର ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି ଏବଂ ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ମାନ ଚାଲୁରହିବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ମହାସଂଘର ୨୫ଜଣ କର୍ମଚାରୀ ମଧ୍ୟ ଏହି କିଟ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଭିନ୍ନକ୍ଷମ ଲୋକମାନଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏହି ସ୍ୱାସ୍ଥ୍ୟ କିଟ ନୂଆ ଦିଲ୍ଲୀର ଗୂଂଜ ଅନୁଷ୍ଠାନ ତରଫରୁ ପ୍ରଦାନ କରିଥିବାରୁ ମହାସଂଘ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲ।। ଏହି କାର୍ଯ୍ୟକ୍ରମରେ ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷିନୀ ସେଠୀ, ପୋଟ୍ଟମାପୁର ପଞ୍ଚାୟତ କିଛି ସମାଜସେବୀ ମାନେ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସଂଯୋଜନା କରିଥିବା ବେଳେ ସମର୍ଥ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା ମିଶ୍ର ଓ ସମର୍ଥ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁନିଲ କୁମାର ପ୍ରଧାନ ଓ ସୁଶ୍ରୀ ସାଲୀମା ନାୟକ ପରିଚାଳନାରେ ସହଯୋଗ କରିଥିଲେ ।


