ଶିଳ୍ପା ଶେଟ୍ଟୀଙ୍କୁ ମୋହରା କରି ରାଜ କୁନ୍ଦ୍ରା ମୋତେ ଫସାଇଛନ୍ତି : ଶେରଲିନ୍ ଚୋପ୍ରା
ମୁମ୍ବାଇ, (ୱାଇଏନ୍ଏସ୍): ରାଜ କୁନ୍ଦ୍ରା ମାମଲାରେ ଶୁକ୍ରବାର ଦିନ ଅଭିନେତ୍ରୀ ଶେରଲିନ୍ ଚୋପ୍ରାଙ୍କୁ ଆଠ ଘଣ୍ଟା ପଚରାଉଚରା କରାଯାଇଥିଲା। ଅଶ୍ଳୀଳତା ମାମଲାରେ ସମ୍ପୃକ୍ତ ଥିବା ରାଜ କୁନ୍ଦ୍ରାଙ୍କ ସହ ଜଡିତ ହେବା ପରେ ଶେରଲିନ ଚୋପ୍ରାଙ୍କୁ ମୁମ୍ବାଇ କ୍ରାଇମ ଶାଖାର ପ୍ରପଟି ସେଲ ଦ୍ୱାରା ପଚରାଉଚରା କରାଯାଇଥିଲା। ଶେରଲିନ୍ ପ୍ରକାଶ କରିଛନ୍ତି ଯେ ଶିଳ୍ପା ଶେଟ୍ଟୀଙ୍କ ନାମରେ ରାଜ କୁନ୍ଦ୍ରା କିପରି ତାଙ୍କୁ ପ୍ରତାରଣା କରିଥିଲେ। ଏକ ସାକ୍ଷାତକାରରେ ଶେର୍ଲିନ୍ କହିଛନ୍ତି ଯେ ରାଜ କୁନ୍ଦ୍ରା ତାଙ୍କୁ ବିଶ୍ୱାସ କରିବାକୁ କହିଥିଲେ। ସେମି ନଗ୍ନ ଏବଂ ଅଶ୍ଳୀଳତା ସ୍ୱାଭାବିକ | ସମସ୍ତେ ଏହା କରନ୍ତି | ତେଣୁ ସେମାନେ ମଧ୍ୟ ସେହିପରି କରିବା ଉଚିତ ବୋଲି ରାଜକୁନ୍ଦ୍ରା ଶେରଲିନଙ୍କୁ କହିଥିଲେ | ଶେରଲିନ୍ ଆହୁରି କହିଛନ୍ନ୍ତି ଯେ, ସେମାନେ ମୋତେ ବିଭ୍ରାନ୍ତ କଲେ ଯେ ମୁଁ ଯାହା ଶୁଟିଂ କରୁଛି ତାହା ଗ୍ଲାମର ପାଇଁ ଅଟେ | ଏପରିକି ସେ ମୋତେ କହିଥିଲେ ଯେ ଶିଳ୍ପା ଶେଟ୍ଟୀ ମୋର ଭିଡିଓ ଏବଂ ଫଟୋ ପସନ୍ଦ କରିଛନ୍ତି। ରାଜ କୁନ୍ଦ୍ରା ମୋତେ ଆଶ୍ୱାସନା ଦେଇଛନ୍ତି ଯେ ସେମି ନଗ୍ନ ଏବଂ ପର୍ଣ୍ଣ ସ୍ୱାଭାବିକ, ସମସ୍ତେ ଏହା କରନ୍ତି ଏବଂ ମୁଁ ମଧ୍ୟ କରିବା ଉଚିତ୍ |


