ପାରଳାରେ ଗୁଣି ସନ୍ଦେହରେ ହିଂସା ଘଟଣାରେ ୯ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ୱାର୍ଡ ନମ୍ବର ୧ରେ ଗୁଣି ସନ୍ଦେହକୁ ନେଇ ଗତ ୨ ତାରିଖ ବିଳମ୍ବିତ ରାତ୍ରରେ ସମୟରେ ଉତ୍ତେଜନା ପ୍ରକାଶ ପାଇବା ସହ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣା ନେଇ ପୋଲିସ ଆଜି ୯ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଏହି ଅଞ୍ଚଳରେ ଜଣେ ସ୍ତ୍ରୀ ଲୋକ ଗୁଣି କରି ଲୋକମାନଙ୍କୁ ବିଭିନ୍ନ ଭାବେ ହଇରାଣ କରୁଥିବା ସହ କେତେକଙ୍କ ମୃତ୍ୟୁର କାରଣ ସାଜି ଥିବା ଅଭିଯୋଗ କରି କେତେକ ଲୋକ ହୋହାଲ୍ଲା ସହ ଚାପା ଉତ୍ତେଜନା ସୃଷ୍ଟି କରି ଭଙ୍ଗାରୁଜା କରିଥିଲେ । ଏଥିରେ ଲୋକେ ଉତ୍ତ୍ୟକ୍ତ ହୋଇ ମୋଟରସାଇକେଲ ଓ ଅଟୋରିକ୍ସାକୁ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହି ଘଟଣା ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୧୪୭/୨୧ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁ ରହିଥଲା । ଆଜି ଏହି ମାମଲାରେ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥିବାର ଜଣାପଡିଛି । ଆଜି ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ, ଉକ୍ତ ଘଟଣାରେ ଜଡିତ ଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବିନୋଦ ଶ୍ରୀରାମ, ଜଗନ୍ନାଥ ନାଗବଂଶ, ସୁରେଶ ନାଗବଂଶ, ଜୟ ଶ୍ରୀରାମ, ଲକ୍ଷ୍ମଣ କରଡା, ସନ୍ତୋଷ ମଣ୍ଡଳ, ଭାଷ୍କର ବୋମାଲି, ତ୍ରିଲୋଚନ ମାଳି ଓ ମୋହନ ବଡ ପ୍ରମୁଖ ସମ୍ପୃକ୍ତି ଥିବାର ଜାଣିବାକୁ ପାଇ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ