ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ତେଜିଆନ୍ କରିବ ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ବଡ ଧରଣର ମଦତ୍ କରିବା ପାଇଁ ବଡ ଧରଣର ପ୍ରସ୍ତୁତି କରୁଛି ନବ ନିର୍ମାଣ କୃଷକ ସଂଗଠନ । ବିଶେଷ କରି ଗାନ୍ଧୀ ବିଚାର ଓ ନୀଳଚାଷୀ ଆନ୍ଦୋଳନ ସ୍ମୃତି ଉଜାଗର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାପଗ୍ରସ୍ଥ କରିବା ପାଇଁ ଚମ୍ପାରଣରୁ ବନାରସ ଯାତ୍ରା ହେଉଛି । କାରଣ ବନାରସ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ । ଦୀର୍ଘ ୮ ମାସ ଧରି କଳା କାନୁନ୍ ପ୍ରତ୍ୟାହାର ଓ ଏମ.ଏସ.ପିକୁ ଆଇନ୍ ପରିସରଭୁକ୍ତ କରିବା ଦାବୀରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ଚାଲୁଥିଲେ ହେଁ ଏହାକୁ କେନ୍ଦ୍ରସରକାର ଖାତିର କରୁନାହାଁନ୍ତି । କୃଷି ଆନ୍ଦୋଳନ ସହ କରୋନା ସମୟରେ ବେରୋଜଗାର, ଶିକ୍ଷା, ସ୍ୱାସ୍ଥ ଅବସ୍ଥା ସଂକଟାପନ୍ନ ହୋଇଛି । ମହଙ୍ଗାଇ ସ୍ୱାଧିନତା ପରେ ସବୁଠୁ ଅଧିକ ହୋଇଛି । କରୋନାରେ ଦିନକୁ ୧୧ ଜଣ ଅନାହାରରେ ମଲେଣି । ଏହା ସ୍ୱତ୍ତ୍ୱେ ସରକାର ସାଧାରଣବର୍ଗ କିମ୍ବା ଚାଷୀଙ୍କ ପାଇଁ ସମ୍ବେଦନ ଦେବା ପରିବର୍ତ୍ତେ ବଡବଡ କରପୋରେଟ ରସଂସ୍ଥା ସପକ୍ଷରେ କାମ କରୁଛନ୍ତି । ଏ ଦେଶର ଅମୂଲ୍ୟ ପାକୃତିକ ସମ୍ପଦକୁ ଶାଗ ମୁଗ ଦରରେ ବିକ୍ରି କରାଯାଉଛି । ଦେଶ ଚଲାଇବା ପାଇଁ ସାଧାରଣ ଗରିବ ଲୋକଙ୍କ ପକେଟକୁ ଟାରଗେଟ କରାଯାଉଛି । ଏହାର ଉଦାହରଣ ଖାଇବା ତେଲ ଦରଠାରୁ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ସିମେଣ୍ଟ ରଡର ଦରବୃଦ୍ଧି । ଟୋଲଗେଟ ଟିକେଟ ଦୁଇଗୁଣା ହୋଇଛି । ଏ ସମସ୍ତ ସମସ୍ୟା ସହ ଆସନ୍ତା ୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ବୃଦ୍ଧି କରିବା କଥା ପ୍ରଧାନମନ୍ତ୍ରୀ ଭୁଲିଯାଇଛନ୍ତି । ଏଥିପାଇଁ ଯାତ୍ରାର ନାମ ରଖାଯାଇଛି ଲୋକନୀତି ସତ୍ୟାଗ୍ରହ (କିଷାନ ସବାଲ ପଦଯାତ୍ରା) ପଦଯାତ୍ରା ସଂଯୁକ୍ତ କିଷାନ ମୋର୍ଚ୍ଚା ବ୍ୟାନରରେ ହେବାକୁ ଥିବା ବେଳେ ଏଥରେ ସାରା ଭାରତ ବର୍ଷରୁ ୧୦,୦୦୦ ଚାଷୀ ସାମିଲ ହେବେ । କେବଳ ଓଡିଶାରୁ ୨୦୦୦ ଚାଷୀ ଯୋଗ ଦେବେ ବୋଲି ଉତ୍କଳ ସାମ୍ବାଦିକ ଭବନ ପରିସର ସାମ୍ବାଦିକ ସମ୍ମିଳନୀରେ କୃଷକ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି । କୁମାର କହିଥିଲେ ଯେ ଦେଶର ୭୦ଭାଗ ଚାଷୀଙ୍କ ଇଚ୍ଛା ବିରୋଧରେ ଓ ସ୍ୱାର୍ଥ ବିରୋଧରେ ହୋଇଥିବା କଳାକାନୁନ୍ ପତ୍ୟାହାର ପର୍ଯ୍ୟନ୍ତ ସଂଗ୍ରାମ ଚାଲିବ । ଏଥିପାଇଁ ସଂଗଠନର ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର କର୍ମକର୍ତ୍ତା ସକ୍ରିୟ ଅଛନ୍ତି । ଯାତ୍ରା ସମୟରେ ୧୦ ସବାଲ୍ କୁ ହିଁ ଗୁରୁତ୍ୱ ଦିଆଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁରାୟ, ଓ ଯୁବଛାତ୍ର ସଂଯୋଜକ ଏମ୍‌.ଡି. ମନୱାର ଅଲ୍ଲୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ