କାରକୁ ଧକ୍କା ଦେଲା ପୋଲିସ ଭ୍ୟାନ : ଦୁଇ ଗୁରୁତର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କଟକ- ଚାନ୍ଦବାଲି ରାସ୍ତାର ଜଜାଙ୍ଗସ୍ଥିତ ନାୟକ ଫନିଚର ନିକଟରେ ଏକ କାରକୁ ଅନ୍ୟ ଏକ ପୋଲିସ ଭ୍ୟାନ ପଛରୁ ଧକ୍କା ଦେବାରୁ କାରଟି ନିକଟସ୍ଥ ବିଲ ଭିତରକୁ ପଶି ଯାଇଥିଲା । କାରଟି ଭାଙ୍ଗିରୁଜି ଯାଇଥିବା ବେଳେ କାର ଭିତରେ ଥିବା ୨ଜଣ ଗୁରୁତ୍ତର ଭାବେ ଆହତ ହୋଇଥିଲେ । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ