ବିଜେପି ପକ୍ଷରୁ ଛତ୍ରପୁରରେ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ 

ଛତ୍ରପୁର, (ଦେବଦତ୍ତ ମହାରଣା): ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ନିଯୁକ୍ତି ପାଇଁ ଚାଲିଥିବା ଦୁର୍ନିତୀି ର ପ୍ରତିବାଦରେ ଶନିବାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ତିରୁପତି ରାଓପେଟା ସାହି ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରୁ ଯୁବ ମୋର୍ଚ୍ଚା ର ଜିଲ୍ଲା ସଂପାଦକ ଡି. ସୁରେଶ ରେଡ୍ଡିଙ୍କ ନେତୃତ୍ୱରେ ଦଳୀୟି ନେତା ଓ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଲୋୟାର ବସଷ୍ଟାଣ୍ଡ ଠାରେ ପହଂଚିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହା ସହିତ ଦୁର୍ନିତିର ପ୍ରତିବାଦରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣା ନୀତିର ତୀବ୍ର ସମାଲୋଚନା କରିଥିଲେ । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର. ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଲିଗାଲ ସେଲ୍ ର ଜିଲ୍ଲା ସଭାପତି ପ୍ରଦୀପ କୁମାର କୁମାର ପାଢି, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ କୁମାର ମୁଦୁଲୀ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ, ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା, ବିଜେପି ଏସସି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ହୁମ୍ମା ମଣ୍ଡଳ ସଭାପତି ଗଗନ କୁମାର ନାହାକ, କୃଷକ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଗଣପତି ବାରିକ, ଯୁବ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଜୀତେନ୍ଦ୍ର ଦଳାଇ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଏନ୍ ଦିନବନ୍ଧୁ, ଯୁବ ମୋର୍ଚ୍ଚାର ରମ୍ଭା ମଣ୍ଡଳ ସଭାପତି ବେଣୁଧର ଗୌଢ, ପୂର୍ବତନ ନଗରପାଳ ରାମ ଚନ୍ଦ୍ର ବେହେରା ଓ ପି. ତ୍ରିପତି ରାଓଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ