ସାଙ୍ଗଠନିକ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ପ୍ରତିନିଧି
ବନ୍ତ, (ଚାନ୍ଦିନୀ ମହାନ୍ତି) : ରାଜ୍ୟ ବିଜେଡି ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତ ସାମଲ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତର ସାଙ୍ଗଠନିକ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାଦବରାଙ୍ଗ ପଞ୍ଚାୟତର ୱାର୍ଡ କମିଟି, ସାଙ୍ଗଠନିକସ୍ଥିତି ଓ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏଥିରେ ବ୍ଲକ ଯୁବବିଜେଡି ସଭାପତି ସତ୍ୟସାଧନ ବେଜ, ସମିତି ସଭ୍ୟ ରମେଶ ପହି, ବିପିନ ନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଖଟୁଆଙ୍କ ସହ ଆଲୋଚନା କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ସୁଧାଂଶୁ ନାୟକ, ବ୍ଲକ ବିଜେଡି ସଭାପତି କମଳକାନ୍ତ ସାହୁଙ୍କ ସମେତ ସମିତି ସଭ୍ୟ, ସରପଞ୍ଚ ମାନେ ଉପସ୍ଥିତ ଥିଲେ । ସେହିପରି ରାମଚନ୍ଦ୍ରପୁର ପଞ୍ଚାୟତର ବିଭିନ୍ନ ସାଙ୍ଗଠନିକ ଓ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏଥିରେ ସରପଞ୍ଚ ବିଜୟ କୁମାର ବିଶ୍ୱାଳ, ବ୍ଳକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବିପିନ ନାୟକଙ୍କ ସମେତ ବହୁ ନେତୃତ୍ୱ ଉପସ୍ଥିତ ଥିଲେ । ପରେ ଏଡିଏମ୍(ରେଭିନ୍ୟୁ) ଅରୁଣ କୁମାର ମହାପାତ୍ରଙ୍କୁ ସାକ୍ଷାତ୍ କରି ବିଭିନ୍ନ ପଞ୍ଚାୟତରେ ଉପୁଜିଥିବା ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ଏଥିରେ ସରପଞ୍ଚ ଅଶୋକ କୁମାର ମହାନ୍ତି, ବିଜୟ କୁମାର ବିଶ୍ୱାଳଙ୍କ ସମେତ ଟିଲୋ ପଞ୍ଚାୟତର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଗୋବିନ୍ଦପୁର ପଞ୍ଚାୟତରେ ସାଙ୍ଗଠନିକ ଓ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ବେଳେ ସରପଞ୍ଚ ତିଳୋତ୍ତମା ବାରିକ, ସମିତି ସଭ୍ୟ ରବିନ୍ଦ୍ର ଧଳଙ୍କ ସମେତ ବହୁ ନେତୃତ୍ୱ ଉପସ୍ଥିତ ଥିଲେ ।


