ନଦୀବନ୍ଧ ଗୋଡା ହଟାଇବା ଦାବି ନେଇ ଜଳସମ୍ପଦ କାର୍ଯ୍ୟାଳୟ ଆଗରେ ଧାରଣା
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ବାଲି ସୈରାତ ନିଲାମ ନେଇ ବିବାଦ ଥମିବା ନାଁ ଧରୁନି । ବାଲି ଉତ୍ତୋଳନ ପାଇଁ ନିଲାମ ଧାରୀ ମାନେ ପ୍ରାରମ୍ଭିକ ବ୍ୟବସ୍ଥା କରିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁ ତାହା ଏବେ ବନ୍ଦ ଅଛି । ଏହା ସହିତ ବାଲି ପରିବହନ ପାଇଁ ନିର୍ମାଣ ହୋଇଥିବା ଗୋଡାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ବନ୍ୟା ବିପର୍ଯ୍ୟର୍ସ୍ତ ସୁରକ୍ଷା କମିଟି ଏବେ ଦାବି କରିଛି । କମିଟି ଏସମ୍ପର୍କରେ ପୂର୍ବରୁ ଜଳସମ୍ପଦ ବିଭାଗକୁ ଜଣାଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ନହେବାରୁ ଆବାହକ ଅକ୍ଷୟ କୁମାର ତ୍ରୀପାଠୀଙ୍କ ନେତୃତ୍ୱରେ ଆଜି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଧାରଣା ସ୍ଥଳରେ ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷ ମାନେ ଉପସ୍ଥିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୋଡା ଉଚ୍ଛେଦ ପାଇଁ ବିବାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ଏଥିରେ ନାରାୟଣ ବେହେରା, ବସନ୍ତ ତ୍ରିପାଠୀ, ମଦନମୋହନ ଦାସ, ନାରାୟଣ ଘଡାଇ, ଲିପିକା ବେହେରା କୁନ୍ତଳା ଲେଙ୍କା, ରତ୍ନମଞ୍ଜରୀ ମହାପାତ୍ର, ତିଳୋତ୍ତମା ମହାପାତ୍ର, ମୀନତି ବେହେରା, ପ୍ରଭାତ ବାରିକ, ସନ୍ତୋଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


