ଗଜପତି ଜିଲ୍ଲା ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମିଳିତ ମଞ୍ଚ ପକ୍ଷରୁ କରୋନାରେ ଜୀବିକା ହରାଇଥିବା ବିଭିନ୍ନ ବୃତି ବେଉସା କରୁଥିବା ଲୋକେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡିଛି । ଜିଲ୍ଲା କୃଷକ ନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ମିଳିତ ମଞ୍ଚ ବିଭିନ୍ନ ଦାବି ଜଣାଇ ସ୍ଲୋଗାନମାନ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, କରୋନା ଯୋଗୁଁ ବହୁ ବୃତି ବେଉଶା କରୁଥିବା ଲୋକେ ଜୀବିକା ହରାଇଛନ୍ତି । ସଟଡାଉନ୍ ଓ ଲକ୍‌ଡାଉନ୍ ଯୋଗୁଁ ବାରିକ, ପାର୍ଲର, କଳାକାର ଭଳି ବିଭିନ୍ନ ବୃତ୍ତିର ଲୋକେ ସମ୍ପୂର୍ଣ୍ଣଭାବେ ନିଜ ନିଜର ଜୀବିକା ହରାଇଛନ୍ତି । ଏମାନଙ୍କୁ ୬ମାସି ପ୍ୟକେଜ ହିସାବରେ ସହାୟତା ପ୍ରଦାନ କରାଯିବା ସହ ମାସିକ ୫ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯାଉ ବୋଲି ଏହି ମିଳିତ ମଞ୍ଚ ଦାବି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ