ବୀଉଟିସିଆନସ କଲ୍ୟାଣ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ବୀଉଟିସିଆନସ କଲ୍ୟାଣ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଭଳି ରାଜ୍ୟର ବୀଉଟି ପାର୍ଲର ଓ ସ୍ପାକୁ ଶିଳ୍ପର ମାନ୍ୟତା ଦିଆଯାଇଛି । ରାଜ୍ୟରେ ଗତ ଦୁଇ ବର୍ଷ ଧରି ଲଗାତର ଲକଡାଉନ ଓ ସଟଡାଉନ ଫଳରେ ବୀଉଟି ପାର୍ଲର ଗୁଡିକ ବହୁ ସମସ୍ୟା ଦେଇ ଗତି କରୁଥିବାରୁ ବୀଉଟିସିଆନ ଏବଂ ବୀଉଟି ପାର୍ଲରର କର୍ମଚାରୀଙ୍କୁ ମାସକୁ ୫ହଜାର ଟଙ୍କାର ସରକାରୀ ସହାୟତା ଅନ୍ୟୁନ୍ୟ ୬ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବା, ବୀଉଟି ପାର୍ଲର ଓ ସ୍ପା ଗୁଡିକ ବ୍ୟାଙ୍କକୁ ପ୍ରତିମାସରେ ଦେଉଥିବା କିସ୍ତିକୁ ୬ମାସ ପର୍ଯ୍ୟନ୍ତ ବନ୍ଦ ରଖାଯିବା, ଯଦି କରୋନା ତୃତୀୟ ଲହର ପାଇଁ ଲକଡାଉନ ଆସେ ତେବେ ସରକାର ଏହି ବୀଉଟି ପାର୍ଲର ଓ ସ୍ପା ଗୁଡିକ ପାଇଁ ଏକ ବର୍ଦ୍ଧିତ ପୟାକେଜ ଘୋଷଣା କରୁ ବୋଲି ସଙ୍ଘ ପକ୍ଷରୁ ଦାବି କରାଯାଇଛି । ସଙ୍ଘ ପରବର୍ତ୍ତି ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ୧୫ଦିନ ମଧ୍ୟରେ ସରକାର ସଙ୍ଘ ପାଇଁ ଏକ ପ୍ୟାକେଜ ଘୋଷଣା କରୁ ବୋଲି ଦାବି କରାଯାଇଛି । ସଙ୍ଘ ପକ୍ଷରୁ ତନୁଶ୍ରୀ ନାୟକ, ଜ୍ୟୋତିର୍ମୟୀ ମହାନ୍ତି, ଶୁଭାସିନୀ ସିଂ, ସୁମିତ୍ରା ଲେଙ୍କା, ମେନକା ଦାସ, ରଶ୍ମିରେଖା ବେହେରା, ସ୍ମିତାରାଣୀ ସ୍ୱାଇଁ, ଜୟନ୍ତୀ ଦାସ, ରୋଜାଲିନ ବେଉରା, ରଶ୍ମିତା ସାହୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ