ମା ମଙ୍ଗଳାଙ୍କ ସେବକ ସମିତିର ଶପଥ ଗ୍ରହଣ ଉତ୍ସବ

ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ସେବକ ସମିତି ର ଶପଥ ପାଠ ଉତ୍ସବ ଆଜି ସ୍ଥାନୀୟ ସେବକ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବ୍ୟାପାର, କ୍ରୀଡା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସମ୍ମାନିତ ଅତିଥି ଭାବେ ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଜୟନ୍ତ ରାଉତ, ନବନିର୍ବାଚିତ ସେବାୟତ ନିଯୋଗର ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ ପ୍ରମୁଖ ଯୋଗ ଦେଇଥିଲେ l ମନ୍ଦିର ପରାମର୍ଶଦାତା କମିଟିର ବରିଷ୍ଠ ସଭ୍ୟ ସୁଦର୍ଶନ ଦୀକ୍ଷିତ ନବନିର୍ବାଚିତ ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, କୋଷାଧକ୍ଷ ସର୍ବେଶ୍ୱର ପାଢ଼ୀ ଓ ସଭ୍ୟ ଭାବେ ତୁଷାର ରଞ୍ଜନ ଦୀକ୍ଷିତ,ଅଶୋକ କୁମାର ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା,ପବିତ୍ର ମୋହନ ଦୀକ୍ଷିତ ପ୍ରମୁଖ ମାନଙ୍କୁ ଶପଥ ପାଠ କରାଇଥିଲେ l ସେବକ ନିଯୋଗର ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ ସେବାୟତ ମାନଙ୍କ ଦାବି ଉପସ୍ଥାପନ କରିବା ଛଳରେ ସେବକ ସମିତି ର ପୁରାତନ ସଭା ଗୃହର ପୁନଃଉଦ୍ଧାର, ମଙ୍ଗଳା ମନ୍ଦିରରେ ସ୍ଥାୟୀ ଟ୍ରଷ୍ଟି ଗଠନ, ପ୍ରାଚୀନ ଶୈବପୀଠ ସମେଶ୍ଵର ମହାଦେବଙ୍କ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ପାର୍ବତୀ ସାଗରର ପୁନଃଉଦ୍ଧାର, ପୁଣ୍ୟତୋୟା ପ୍ରାଚୀ ନଦୀର ଘଣ୍ଟାତୋଳା ଘାଟର ପୁନଃଉଦ୍ଧାର ଆଦି ପ୍ରସଙ୍ଗ କୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ବେହେରା ସମସ୍ତ ଦାବିକୁ ଗ୍ରହଣ କରି ଖୁବଶୀଘ୍ର ବିଚାରକୁ ନିଆଯାଇ ପର୍ଯ୍ୟାୟ କ୍ରମେ ପାଣ୍ଠି ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ସେବାୟତ ର ସଭାପତି ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସେବାୟତ ନିଯୋଗର ଉପସଭାପତି କମଳ ଲୋଚନ ଦୀକ୍ଷିତ ଶପଥ ଗ୍ରହଣ ଉତ୍ସବ କୁ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ