ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ
ଜଗତସିଂହପୁର( ଅଭିଷେକ ତ୍ରିପାଠୀ) – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଶ୍ରୀ ଦେବୀରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ଇ° ସମିତ କୁମାର ଲେଙ୍କାଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ,ବ୍ଲକସ୍ତରୀୟ,ପୌରାଞ୍ଚଳ ସ୍ତରୀୟ କର୍ମକର୍ତ୍ତା ବୈଠକ ଅଗଷ୍ଟ ୫ ରୁ ଅଗଷ୍ଟ ୧୦ ମଧୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଛାତ୍ର ବିଜେଡ଼ି ପର୍ଯ୍ୟବେକ୍ଷକ ଅପୃବା ଅପରୂପା ,ଜିଲ୍ଲା ବିଜେଡ଼ି ସଭାପତି ତଥା ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ମାନ୍ୟବର ମନ୍ତ୍ରୀ ତଥା ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ,ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । କିପରି ସଂଗଠନ ମଜବୁତ ହେବ , ପଞ୍ଚାୟତ , ପୌର ପରିଷଦ ନିର୍ବାଚନ ରେ ଛାତ୍ର ସଂଗଠନ ପ୍ରମୁଖ ଭୂମିକା ନେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିସହ ପ୍ରତ୍ୟେକ ପଞ୍ଚାୟତ କମିଟି ଓ ପୌରପରିଷଦ ୱାର୍ଡ କମିଟି,ବ୍ଲକ ଡିଜିଟାଲ ସେକ୍ରେଟାରୀ, ପର୍ଯ୍ୟବେକ୍ଷକ ଘୋଷଣା ସରିଥିବା କଥା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଇ° ଲେଙ୍କା ଜଣାଇଛନ୍ତି ।କାଳିଆ ଛାତ୍ର ବୃତ୍ତି ପାଇଁ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।