୩ ଦଫା ଦାବି ନେଇ ୧୮ରେ ରାଇରଙ୍ଗପୁର ବନ୍ଦ ନେଇ ପ୍ରସ୍ତୁତି ବୈଠକ : ଭଞ୍ଜସେନା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ୨ୟ ସର୍ବ ବୃହତ୍ତମ ବାମନଘାଟୀ ଉପଖଣ୍ଡର ୩ଟି ମୁଖ୍ଯ ମୌଳିକ ସମସ୍ଯା ନେଇ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ସଂଗଠନ’ଭଂଜସେନା’ ସ୍ବର ଉଠାଇଛି । (୧) ବାମନଘାଟି ଉପଖଣ୍ଡ ସମେତ ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲର ଉନ୍ନତିକରଣ, ଅଭାବୀ ଡାକ୍ତର ପଦବୀ ପୂରଣ, ଆଇ. ସି. ୟୁ ବେଡ଼ ବ୍ୟବସ୍ଥା ସହିତ ରାଇରଙ୍ଗପୁର ହସ୍ପିଟାଲ କୁ “ସୁପର ସ୍ପେସାଲିଷ୍ଟ ହସ୍ପିଟାଲ”ଗଠନ କରିବା (୨)ଭାଲୁବସା-ପୁରୁଣାପାଣି ବାଇପାସ ରୋଡ଼ ନିର୍ମାଣ କରିବା (୩) ବାମନଘାଟି ଉପଖଣ୍ଡ ମଧ୍ୟରେ ତୁରନ୍ତ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କରିବା ଦାବୀ ନେଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଦେଶ୍ବରେ ଚଳିତ “ଅଗଷ୍ଟ ମାସ ୧୮ତାରିଖ ବୁଧୁବାର ଦିନ ଜିଲ୍ଲାର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା,ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ରାଇରଙ୍ଗପୁର ବନ୍ଦ”ର ଆହ୍ୱାନ ଦିଆଯାଇଅଛି। ଏଣୁ ଏହି ବନ୍ଦ କୁ ସଫଳ କରିବା ପାଇଁ ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା(ସଫି) ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଥିଲା। ଆଜିକାର ପ୍ରସ୍ତୁତି ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ଅଧକ୍ଷ ରାକେଶ ସିଂ, ଉପାଧକ୍ଷ ଅଞ୍ଜନ ବରାଳ, ବାମନଘାଟି ଉପଖଣ୍ଡ ସଭାପତି ସୌମିତ ବଳ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଟୁଡୁ, ଜିଲ୍ଲା ଉପସଭାପତି ଚିକୁ ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଇଂ ରମଜାନ ବେଗ, ମୁଖପାତ୍ର ମୋହିତ ବିଶୋଇ, ଜିଲ୍ଲା ଛାତ୍ର ଶାଖା ଉପସଭାପତି ସୁଭମ ପଣ୍ଡା,ଛାତ୍ର ଶାଖା ରାଇରଙ୍ଗପୁର ସହର ସଭାପତି ଶିବରାଜ ମହାନ୍ତି, ବିଘ୍ନେସ୍ୱର ବାସ୍କେ,ସଦନା ସର୍ଦାର ପ୍ରମୁଖ ବରିଷ୍ଠ କର୍ମକର୍ତ୍ତା ସାମିଲ ଥିଲେ ।ଏହି ଗଣତାନ୍ତ୍ରିକ ଆନ୍ଦୋଳନରେ ଦଳଗତ ନିର୍ବିଶେଷରେ ବାମନଘାଟୀ ଉପଖଣ୍ଡବାସୀ ବନ୍ଦରେ ସାମିଲ ହୋଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ