କଂଗ୍ରେସକୁ ଝଟ୍କା , ନିର୍ବାଚନ ଲଢିବେନି ରାଶିଦ୍ ଅଲ୍ଭୀ 

କଂଗ୍ରେସର ବରିଷ୍ଠ ନେତା ତଥା ୧ଠ ଜଣିଆ ଘୋଷଣାପତ୍ର କମିଟିର ସଦସ୍ୟ ଥିବା ରାଶିଦ ଅଲ୍ଭୀ ଅମରୋହ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । ଯାହା କଂଗ୍ରେସ ପାଇଁ ଏକ ବଡ ଝଟ୍କା ଭାବେ ଦେଖାଯାଉଛି । କଂଗ୍ରେସ ଏବେ ଏହି ଆସନରୁ ସଚିନ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି । ନିକଟରେ ଏହି ଆସନ ପାଇଁ ଘୋଷଣା କରାଯାଇଥିବା ପ୍ରାର୍ଥୀ ଅସୁସ୍ଥତାର କାରଣ ଦେଖାଇ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । ତେବେ ପ୍ରଥମ ସୂଚୀରେ ଅଲ୍ଭୀଙ୍କ ନାଁ ନଥିବାରୁ ସେ ଦଳ ପ୍ରତି ଅସନ୍ତୋଷ ଥିଲେ ଏବଂ ଏହି କାରଣରୁ ସେ ଏବେ ନିର୍ବାଚନ ଲଢ଼ିବାକୁ ମନାକରିଦେଇଛନ୍ତି ବୋଲି ଅନୁମାନ କରାଯାଉଛି ।
ଅମରୋହ ଆସନ ପାଇଁ କଂଗ୍ରେସ ଅଲଭୀଙ୍କ ନାଁ ଘୋଷଣା କରିଥିଲା । ଅମରୋହା ଆସନରୁ ବିଜେପି କନୱର ସିଂହ ତନୱର ଏବଂ ବିଏସ୍ପି ଦାନିଶ ଅଲ୍ଲୀଙ୍କୁ ପ୍ରାର୍ଥୀ କରିଛନ୍ତି । ଦାନିଶ୍ ଅଲ୍ଲୀ କିଛି ଦିନ ତଳେ ଜେଡିୟୁରୁ ଇସ୍ତଫା ଦେଇ ବିଏସ୍ପିରେ ସାମିଲ ହୋଇଥିଲେ । ଅମରୋହା ଆସନର ସମୀକରଣ ଦେଖିଲେ ଏଠାରେ ୨ଠ% ମୁସଲିମ ଭୋଟର ରହିଥିବା ବେଳେ ଏଠାରେ ଜଣେ ସଂଖ୍ୟାଲଘୁ ବର୍ଗର ନେତାଙ୍କୁ ପ୍ରାର୍ଥୀ କରାଯିବାର ଆବଶ୍ୟକତା ରହିଛି । ଏପରି ସ୍ଥିତିରେ ରାଶିଦ୍ ଅଲଭୀ କଂଗ୍ରେସ ପାଇଁ ଏକ ବଡ ଚେହେରା ଥିଲେ ମାତ୍ର ଏବେ ସେ ଏହି ଆସନରୁ ଲଢ଼ିବାକୁ ମନାକରିଦେଇଥିବା ବେଳେ କଂଗ୍ରେସ ଏବେ ଏଠାରେ କାହାକୁ ପ୍ରାର୍ଥୀ କରିବ ସେନେଇ ଚିନ୍ତାରେ ପଡିଯାଇଛି । ତେବେ ରାଶିଦ୍ଙ୍କ ଏହି ନିଷ୍ପତ୍ତି ଫଳରେ ଏବେ ଏସ୍ପି-ବିଏସପି ମେଣ୍ଟର ପ୍ରାର୍ଥୀ ଦାନିଶ ଅଲ୍ଲୀକୁ ଫାଇଦା ମିଳିବ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ