ଝାଡଖଣ୍ଡ ମୁକ୍ତିମୋର୍ଚା,ରାଇରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟରେ ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନଙ୍କ ଦ୍ବାରାପତକା ଉତ୍ତୋଳନ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ୭୫ ସ୍ବାଧୀନତା ଦିବସ ଅବସରରେ ଝାରଖଣ୍ଡ ମୁକ୍ତି ମୋର୍ଚା ,ରାଇରଙ୍ଗପୁର କାର୍ଯ୍ୟାଳୟ ମୁର୍ମୁ ଛକରେ ଓଡିଶା ପ୍ରଦେଶ ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ଝାରଖଣ୍ଡ ମୁକ୍ତିମୋର୍ଚାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ରାଜ୍ୟ ସଭାନେତ୍ରୀ ଦେଶର ସ୍ବାଧୀନତା ନିମନ୍ତେ ମହାପୁରୁଷମାନଙ୍କର ବଳିଦାନ,ତ୍ୟାଗ,ଦେଶଭକ୍ତି ମନେପକାଇବା ସହ ସେମାନଙ୍କର ପଥାନୁସରଣ କରି ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ନିମନ୍ତେ ଦଳୀୟ କର୍ମିଙ୍କୁ କାର୍ଯ୍ୟ କରିବାକୁ କହିଥିଲେ ।ତଦସହ ସମସ୍ତେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ କହିଥିଲେ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୋଷାଧ୍ୟକ୍ଷ ପ୍ରହଲ୍ଲାଦ ପୂର୍ତ୍ତୀ,କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର,ଜିଲ୍ଲା ସଭାପତି ରାମଚନ୍ଦ୍ର ହେମ୍ବ୍ରମ, ଦୁବରାଜ ନାଗ,,ସଂପାଦକ ସୁନାରାମ ଟୁଡୁ,ପ୍ୟାରୀ ସାହୁ,କାଳି ଚରଣ ଟୁଡୁ, ବୁଧୁ ମାହାଲି, ଭାଗବତ ମାଝୀ,ମନୋଜ ବାରିକ,ରଘୁନାଥ ମୁର୍ମୁ, ପଶ୍ଚିମ ମୟୂରଭଂଜ ସଭାନେତ୍ରୀ ସରୋଜିନୀ ମୁର୍ମୁ,ସହ ସଂପାଦିକା ମିନା ସୋରେନ,ମହିଳା ନେତ୍ରୀ ପାର୍ବତୀ ପୂର୍ତ୍ତୀ,ରୁକ୍ମଣି ମୁର୍ମୁ,ରାନୀ ମୁର୍ମୁଙ୍କ ସମେତ ବହୁ ଦଳୀୟ କର୍ମି ସାମିଲ ହୋଇଥିଲେ ।


