ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ପ୍ରାଣୀ ଚିକିତ୍ସକ ସମ୍ବର୍ଦ୍ଧିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମହୁଲଗଢିଆ ଗ୍ରାମର ତଥା ତିହିଡି ବ୍ଲକର ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିରାକର ଜେନାଙ୍କୁ ନାଇଜେରିଆସ୍ଥିତ ୱେଷ୍ଟ ଆଫ୍ରିକାନ୍ ଗଭର୍ଣ୍ଣମେଣ୍ଟ କମିସନ ପକ୍ଷରୁ ୱାରଲ୍ଡ ଜେନିୟସ୍ ରେକର୍ଡ ଆର୍ନ୍ତଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏପରିପେକ୍ଷୀରେ । ମହୁଲଗଢିଆସ୍ଥିତ ମା’ ଥାନପତି ଶିଶୁ ବିକାଶ ମଞ୍ଚ ଓ ଗ୍ରାମବାସୀଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇ ଡାକ୍ତର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିକ୍ଷାବିତ୍ ତଥା ମା’ ଥାନପତି ଶିଶୁ ବିକାଶ ମଞ୍ଚ ର ସଭାପତି ଆନନ୍ଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ଘଡେଇ, ସରପଞ୍ଚ ଚିନ୍ତାମଣି ଘଡେଇ, ମଞ୍ଚର ସଂପାଦକ ଧନେଶ୍ୱର ରାଉତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୂଳମଣି ରାଉତ, କୀର୍ତ୍ତନ ରାଉତ, ସୁଦର୍ଶନ ରାଉତ, ଜଗବନ୍ଧୁ ରାଉତ, ଚିନ୍ତାମଣି ରାଉତ, ଶିବାନନ୍ଦ ରାଉତ, ପ୍ରମୋଦ ରାଉତ, ଅନିଲ ରାଉତ, ଭାବଗ୍ରାହୀ ରାଉତ, ରାକେଶ ରାଉତ, ଅଜୟ ରାଉତ, ଉମାକାନ୍ତ ରାଉତ, ଭୀମସେନ ରାଉତ, ଦାମୋଦର ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


