କେନ୍ଦ୍ରାପଡା ହାଇସ୍କୁଲ ପଡିଆର ଉନ୍ନତି କରଣ ନିମନ୍ତେ ୧କୋଟି ୫୦ଲକ୍ଷ ମଞ୍ଜୁର

କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲାର କ୍ରୀଡାପ୍ରେମୀମାନଙ୍କ ବହୁ ବର୍ଷର ଦାବି ପୁରଣ ହୋଇଛି । ସରକାରୀ ହାଇସ୍କୁଲ ଖେଳ ପଡିଆର ଉନ୍ନତିକରଣ ନିମନ୍ତେ ୧ କୋଟି ଓ ଜିମ ପାଇଁ ୫୦ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ମଞ୍ଜୁର କରିଥିବାରୁ ନଜୱାନ ୟୁନିଅନ ପକ୍ଷରୁ ମୀର ମହମ୍ମଦ ଅମୀରଙ୍କ ନେତୃତ୍ୱରେ ପଦ୍ମନାଭ ସାହୁ, ଆଲ୍ଲାଉଦିନ ଆଜାହାରି, ସେକ ଅହେସାନ, ଅବରାର ହସରତ ଖାନ, ପୀର ମହମ୍ମଦ, ସେକ ଉମ୍ରାନ, ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଏନାମୁଲ ହକ, ସୈାକତ ଖାନ, ଷ୍ପୋର୍ଟସ ୟୁଥ ଏକାଡେମୀର କୋଚ ସୁହାରା ପରୱୀନ, ବଦ୍ରୀ ନାରାୟଣ ପତି, ସେକ ଆବାସ, ଅବୁ ଜଲାଲ ଓ ସରୋଜ କୁମାର ଲୁଗୁନ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ପୁଷ୍ପଗୁଛ ପ୍ରଦାନକରି ଶୁଭେଛା ଓ ସ୍ୱାଗତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ