ଝୁଲଣ ଯାତ୍ରା ପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡିଛି

ନିମାପଡା, (ସନ୍ତୋଷ ଦାଶ):ମଙ୍ଗଳବାର ଥିଲା ଶ୍ରାବଣ ମାସ ପବିତ୍ର ଶୁକ୍ଳ ଦଶମୀ ତିଥି l ପାରମ୍ପରିକ ପ୍ରଥାନୁସାରେ ଦଶମୀ ତିଥି ଠାରୁ ପୁରୀ ଶ୍ରୀ ମନ୍ଦିର ସହିତ ଜିଲ୍ଲା ର ମଠ ଓ ମନ୍ଦିର ମାନଙ୍କ ରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଝୁଲଣ ଯାତ୍ରା l ସେହିପରି ପ୍ରାଚୀ ଉପତ୍ୟକା ରେ ରହିଥିବା ମଠ, ଆଶ୍ରମ ଗୁଡିକ ରେ ବି ଆରମ୍ଭ ହୋଇଛି ଝୁଲଣ ଯାତ୍ରା l ମଠ ଓ ଆଶ୍ରମ ପରିସର ରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି କୁଞ୍ଜ ଆଉ ଦୋଳି l କୁଞ୍ଜ କୁ ନାନା ରଙ୍ଗବେରଙ୍ଗ ଲାଇଟ ଓ ଫୁଲ ରେ ସଜ୍ଜିତ କରାଯାଇଛି l ପ୍ରତ୍ୟେକ ଦିନ ସଂନ୍ଧ୍ୟା ଧୂପ ପରେ ରାଧା କୃଷ୍ଣ ଙ୍କ ଚଳନ୍ତି ପ୍ରତିମା ଙ୍କୁ ଶୋଭାଯାତ୍ରା ରେ ବାଜା, ଶଙ୍ଖ, ତୁରୀ ବଜାଇ ହରିବୋଲ ହୁଳହୁଳି ଶବ୍ଦ ରେ ସଂକୀର୍ତନ କରିକରି କୁଞ୍ଜ କୁ ନିଆଯାଉଛି l ସେଠାରେ ରାସ ସଂଗୀତ ବୋଲାଯାଇ ଦୋଳି ରେ ରାଧା କୃଷ୍ଣ ଙ୍କୁ ଝୁଲାଯାଉଛି l ଶେଷରେ ଭୋଗ, ଆଳତୀ କରାଯାଇ ରାଧା କୃଷ୍ଣ ଙ୍କୁ ପୁନଃ ଶୋଭାଯାତ୍ରା ରେ ସ୍ଵ ଆସ୍ଥାନ କୁ ବିଜେ କରାଯାଉଛି l ଏହି ଉତ୍ସବ ପ୍ରତିପଦl ତିଥି ପର୍ଯ୍ୟନ୍ତ ଚାଲୁ ରହିବାର ପରମ୍ପରା ରହିଛି l ପ୍ରାଚୀ ଉପତ୍ୟକା ର ନୂଆଗାଁ ମଠ, ଗୋପାଳକୁଦ ମଠ, ନୂଆମଠ, ବିଶ୍ୱାମିତ୍ର ଆଶ୍ରମ, ଦେଉଳିମଠ, ରୋହିଣୀକୁଣ୍ଡ ମଠ, ଅପସରା ମଠ, କୁଞ୍ଜବିହାରୀ ମଠ ପ୍ରଭୁତି ସ୍ଥାନ ରେ ଝୁଲଣ ଯାତ୍ରା ମହାସମାରୋହ ରେ ଅନୁଷ୍ଠିତ ହେଉଛି l ଝୁଲଣଯାତ୍ରା ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ