ମୋହନା ରେ ଗଡ଼ିଲା କୋଭିଡିଟୀକା ସଚେତନତା ରଥ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ମେଡିକାଲ ପରିସରରେ ଆଜି ଗଡ଼ିଛି କୋଭିଡି ଟୀକା ସଚେତନତା ରଥ । କେନ୍ଦ୍ର ସରକାରଙ୍କ ମାଗଣା ଟୀକା କରଣ ରଥ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଭିନ ଦୁର୍ଗମ ଅଞ୍ଚଳକୁ ଯାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ଗୀତ ମାଧ୍ୟମରେ ଯେପରି ଲୋକଙ୍କୁ ବୁଝା ଯିବ ତାହାରି ବ୍ଯବସ୍ଥା କରାଇଛନ୍ତି ।ଏହି ଗାଡିକୁ ମୋହନା ମେଡିକାଲ ଅଧିକାରିଣୀ ଡ଼ା,ନମିତା ପଣ୍ଡା ପତାକା ଦେଖାଇ ଗାଡିକୁ ଗଡାଇଥିଲେ । ବିଡିଓ ସାର୍ଥକ ସୌରଭ ମହାପାତ୍ର ନଡିଆ ଭାଙ୍ଗି ଦୀପ ପ୍ରଜଳନକରିଥିଲେ। ଏହି ଗାଡି ୫ ଦିନ ଧରି ମୋହନା ବ୍ଲକର ବିଭିନ ଦୁର୍ଗମ ଗ୍ରାମ ଗୁଡିକ ପରିଭ୍ରମଣ କରିବ । ପ୍ରଥମ ଦିନରେ ଗରଡ଼ମା, କଟାମା, ପାଣିଗଣ୍ଡା,ଆଲିଗଣ୍ଡା, ଦମାଦୁଆ ଭଳି ଗ୍ରାମକୁ ପହଞ୍ଚିବ ବୋଲି ମେଡ଼ିକାଲ ପକ୍ଷରୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପିସ କୋଆଡିନେଟର ଭିକାରି ବେହେରା, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିଭୁ ପ୍ରସାଦ କର ଓ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ରହିଥିଲେ।


