ମିଡ଼ିଆ ନିଯୁକ୍ତି ପ୍ରକ୍ରିୟାକୁ ସମ୍ମାନ ଦେବା ଉଚିତ – ସିଜେଆଇ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ଆଜି ବିଚାରପତି ନିଯୁକ୍ତିକୁ ସୁପାରିଶ କରୁଥିବା କାଲେଜିୟମର ଗଣମାଧ୍ୟମ ରିପୋର୍ଟକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ନିଯୁକ୍ତି ପ୍ରକ୍ରିୟା ଶେଷ ନ ହୋଇ ଏହି ଖବର ପ୍ରସାରିତ ହେଉଛି ।ମୁଖ୍ୟ ବିଚାରପତି କହିଛନ୍ତି ଯେ, ଗଣମାଧ୍ୟମ ନିଯୁକ୍ତି ପ୍ରକ୍ରିୟାକୁ ସମ୍ମାନ ଦେବା ଉଚିତ୍ । ସେ କହିଛନ୍ତି ଯେ, ବହୁ ବରିଷ୍ଠ ସାମ୍ବାଦିକ ନିଜକୁ ସଂଯମ କରିଥିଲେ । ଏହିପରି ସାମ୍ବାଦିକ ମାନେ ଗଣତନ୍ତ୍ରର ଶକ୍ତି ଏବଂ ବିଶେଷ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଛନ୍ତି ଯେ, ଗଣମାଧ୍ୟମ ଆମର ବ୍ୟବସ୍ଥାର ଏକ ଅଂଶ ଏବଂ ସମସ୍ତେ ସୁପ୍ରିମକୋର୍ଟଙ୍କ ଗାରିମାକୁ ଦୃଷ୍ଟିଦେବା ଉଚିତ ।ସୂଚନାଯୋଗ୍ୟ ଯେ, ଗଣମାଧ୍ୟମରେ ଏପରି ଖବର ଚାଲିଛି ଯେ, ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ୱେବ୍‌ସାଇଟରେ ଏହି ସୂଚନା ଅପଲୋଡ଼ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ