ତାଲିବାନର ସମର୍ଥନ କରି ସାଂସଦଙ୍କ ନାମରେ ମାମଲା ରୁଜ୍ଜୁ
ସମ୍ଭଲ : ତାଲିବାନୀ ମାନଙ୍କ ସମର୍ଥନ କରିବାକୁ ନେଇ ସ.ପା. ସାଂସଦ ଶଫିକୁରେହମାନ ବର୍କ ଏବଂ ଦୁଇ ସପା ନେତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମୋକଦ୍ଦମା ରୁଜ୍ଜୁ କରିଛି ପୋଲିସ । ସମ୍ଭଲ ନିବାସୀ ଭାଜପା ନେତା ରାଜେଶ ସିଂଘଲଙ୍କ ଅଭିଯୋଗ ଆଧାରରେ ଏହି ମୋକଦ୍ଦମା ଦାୟର୍ ହୋଇଛି । ତାଲିବାନୀ ମାନଙ୍କ ସମର୍ଥନ କରୁଥିବା ଲୋକଙ୍କ ଉପରେ ରାଜ୍ୟର ସୁରକ୍ଷା ଏଜେନ୍ସୀ ତୀକ୍ଷ୍ନ ନଜର ରଖିଛି ।ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥିବା ସମ୍ଭଲର ସପା ସାଂସଦ ଶଫିକୁରେହମାନ ଆଫଗାନିସ୍ଥାନ ଉପରେ ତାଲିବାନର କବଜାକୁ ଠିକ୍ ବୋଲି ଦର୍ଶାଇଛନ୍ତି ।


