ଇସଲାମିକ୍ ଷ୍ଟେଟ୍ ପାଇଁ ପ୍ରଚାର କରି ଦୁଇ ମହିଳା ଗିରଫ

ତିରୁଅନନ୍ତପୁରମ, (ୱାଇଏନ୍‌ଏସ୍‌): ଇସଲାମିକ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ପାଇଁ ଆର୍ଥିକ ତଥା ମାନବ ସମ୍ବଳ ବୃଦ୍ଧିରେ ସାହାଯ୍ୟ କରିଥିବାରୁ ଜାତୀୟ ଅନୁସନ୍ଧାନ ଏଜେନସି (ଏନଆଇଏ) କନ୍ନୁରରୁ ଦୁଇଜଣ ମହିଳାଙ୍କୁ ଗିରଫ କରିଛି । ଗତ ମଙ୍ଗଳବାର ସକାଳେ ଏନଏଫ ସିଫା ହାରିସ୍ ଏବଂ ମିଜା ସିଦ୍ଦିକ୍ ନାମକ ଏହି ମହିଳା ମାନଙ୍କୁ ସେମାନଙ୍କ ଘରୁ ଗିରଫ କରି ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିଥିଲା ।ଏନଆଇଏ ସୂତ୍ର ଅନୁଯାୟୀ ଝିଅମାନେ ମୁଶାବ ଅନୱାର ଏବଂ ଭାରତର ଆଇଏସ ଅପରେଟିଭ୍ ମହମ୍ମଦ ଅମିନଙ୍କ ପାଇଁ କାମ କରୁଥିଲେ । ମହିଳାମାନେ ଆଇଏସରେ ସେମାନଙ୍କ ମାଲିକଙ୍କ ନିର୍ଦ୍ଦେଶରେ ସୋସିଆଲ ମିଡ଼ିଆ ପୃଷ୍ଠାଗୁଡ଼ିକ ମାଧ୍ୟମରେ ଆଇଏସ ଆଦର୍ଶ ପ୍ରଚାର କରୁଥିଲେ । ଆଇଏସରେ ଯୋଗଦେବା ଏବଂ ଆତଙ୍କବାଦୀଙ୍କ ସହ ଲଢ଼ିବା ପାଇଁ ମିଜା ତାଙ୍କର ମିଶନର ଏକ ଅଂଶ ଭାବରେ ତେହେରାନ ଯାଇଥିଲେ, କିନ୍ତୁ ଆଇଏସ ନେତାମାନେ ତାଙ୍କୁ ଦେଶରୁ ବିତାଡ଼ିତ କରି ଭାରତର ପରିବେଶକୁ ବିଚଳିତ କରିବାର ଦାୟିତ୍ୱ ଦେଇଥିଲେ । ଏ ନେଇ ଅଧିକାରୀ କହିଛନ୍ତି ଯେ, କେରଳରେ ଆଉ ପାଂଚଜଣ ଆଇଏସ ଆତଙ୍କବାଦୀ ଅଛନ୍ତି ଏବଂ ଆମେ ସେମାନଙ୍କୁ ଶୀଘ୍ର ଗିରଫ କରିବାକୁ ଆଶା କରୁଛୁ । ମିଜା ସିଦ୍ଦିକ କେରଳରେ ଆଇଏସ ଅପରେସନର ସାଇବର ୱିଙ୍ଗର ଆଦର୍ଶଗତ ମୁଖ୍ୟ ଥିଲେ । ଜଣେ ଏନଆଇଏ ଅଧିକାରୀ କହିଛନ୍ତି ଯେ, ତାଙ୍କ ମାଧ୍ୟମରେ ଏକ ଡଜନରୁ ଅଧିକ ଯୁବକ ଆଇଏସରେ ଯୋଗ ଦେଇଥିଲେ ।କେରଳର ପୂର୍ବତନ ପୋଲିସ ମୁଖ୍ୟ ଲୋକନାଥ ବେହେରା ଅବସର ନେବା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ, ଆଇଏସ ଏବଂ ତାଲିବାନ ଭଳି ବିଭିନ୍ନ ଆତଙ୍କବାଦୀ ସଂଗଠନର ସ୍ଲପିର ସେଲ ଆଡା ବନିଯାଇଛି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, ରାଜ୍ୟରେ ଏଭଳି ସଂଗଠନ କାମ କରୁନାହାଁନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ