ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରଶମନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ମାର୍ଚ୍ଚ ୨୦୨୧ରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ବାଂଲାଦେଶ ପିପୁଲ୍ସ ରିପବ୍ଲିକର ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ୍ ମନ୍ତ୍ରାଳୟ ସହିତ ବିପର୍ଯ୍ୟୟ ପରିଚାଳନା, ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରଶମନ କ୍ଷେତ୍ରରେ ସହଯୋଗ ଉପରେ ହୋଇଥିବା ବୁଝାମଣାପତ୍ର (ଏମଓୟୁ) ସଂକ୍ରାନ୍ତରେ ଅବଗତ କରାଯାଇଥିଲା ।ଏହି ଏମଓୟୁ ଏକ ବ୍ୟବସ୍ଥା ସ୍ଥାପନ କରିବାକୁ ଚେଷ୍ଟା କରେ ଯେଉଁଥିରେ ଉଭୟ ଭାରତ ଏବଂ ବଙ୍ଗଳାଦେଶ ପରସ୍ପରର ବିପର୍ଯ୍ୟୟ ପରିଚାଳନା ଜ୍ଞାନକୌଶଳ ଦ୍ୱାରା ଉପକୃତ ହେବେ ଏବଂ ଏହା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟକ ହେବ ।ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌?ଆ?ର୍), ଭାରତ ଏବଂ ଫାଉଣ୍ଡେସନ୍ ଫର୍ ଇନୋଭେଟିଭ୍ ନ୍ୟୁ ଡାଇଗ୍ନୋଷ୍ଟିକ୍ (ଏଫ୍‌ଆ ଇଏନ୍ଡିଉ), ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନନୂଆଦିଲ୍ଲୀ,୧୮ ଅଗଷ୍ଟ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଏବଂ ଫାଉଣ୍ଡେସନ ଫର ଇନୋଭେଟିଭ୍ ନ୍ୟୁ ଡାଇଗ୍ନୋଷ୍ଟିକ୍ (ଏଫ୍‌ଆଇଏନ୍ଡି) ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଆନ୍ତର୍ଜାତୀୟ ବିଜ୍ଞାନ ଏବଂ ବୈଷୟିକ ସହଯୋଗ ଏବଂ ପାରସ୍ପରିକ ଆଗ୍ରହ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ଲାଗି ସ୍ୱାକ୍ଷରିତ ଏକ ରାଜିନାମା ବିଷୟରେ ସୂଚନା ଦିଆଯାଇଛି । ଫେବୃଆରୀ ୨୦୨୧ ରେ ଭାରତ ଦ୍ୱାରା ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ଆର୍ନ୍ତଜାତୀୟ ବିଜ୍ଞାନ ଏବଂ ବୈଷୟିକ ସହଯୋଗ ସମ୍ପର୍କକୁ ଆହୁରି ଦୃଢ କରିବ ।ଆଇସିଏମ୍‌ଆର ୧୦୦,୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଉପଲବ୍ଧ ଅର୍ଥ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏଫ୍‌ଆଇଏନ୍ଡି ସ୍ଥାନୀୟ ଅଂଶୀଦାର ତଥା ଅନୁସନ୍ଧାନକାରୀଙ୍କ ପାଇଁ ଅନୁରୋଧ ପ୍ରସ୍ତାବ (ଆରଏଫ୍ପି) ମାଧ୍ୟମରେ ୪୦୦,୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଉପଲବ୍ଧ ପାଣ୍ଠି ଯୋଗାଇବ ।ଆସିଏମ୍‌ଆର ଇଂଟ୍ରାମୁରାଲ୍ ଏବଂ ଏକ୍ସଟ୍ରାମୁରାଲ୍ ଗବେଷଣା ମାଧ୍ୟମରେ ଦେଶରେ ଜୈବିକ ଚିକିତ୍ସା ଅନୁସନ୍ଧାନକୁ ପ୍ରୋତ୍ସାହିତ କରେ । ଏଫ୍‌ଆଇଏନ୍ଡି ହେଉଛି ଏକ ସ୍ୱାଧୀନ ଅଣ-ଲାଭକାରୀ ସଂଗଠନ ଯାହାକି ଭାରତୀୟ କମ୍ପାନୀ ଅଧିନିୟମ, ୨୦୧୩ ର ଧାରା ୮ ଅନୁଯାୟୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ