ବାଦାମପାହାଡ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାଦାମପାହାଡ ସାହିତ୍ୟଘର’ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୌମରଂଜନ ପଟ୍ଟନାୟକ ୭୦ତମ ଜନ୍ମ ଦିବସ ପାଳିତ ଅବସରରେ କୁସୁମି ବ୍ଲକ ର ବାଦାମପାହାଡ ଶାଖା ‘ସମ୍ବାଦ ସାହିତ୍ୟ ଘର’ ଆନୁକୂଲ୍ୟରେ ଆଜି ବାଦାମପାହାଡ ଡିଗ୍ରୀ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବାଦାମପାହାଡ ସମ୍ବାଦ ସାହିତ୍ୟ ଘରର ସଭାପତି ତଥା କଲେଜ ଅଧ୍ୟାପକ ଡଃ ରାଜେନ୍ଦ୍ର ଦାସ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଂଯୋଜକ ତଥା କୁସୁମୀ ବ୍ଲକ୍ ସମ୍ବାଦ ପ୍ରତିନିଧି ସଞ୍ଜୟ କୁମାର ମହାକୁଡ ଏବଂ ପଢିଆ ସମ୍ବାଦ ପ୍ରତିନିଧି ରଞ୍ଜିତ କୁମାର ମଣ୍ଡଳ ପ୍ରମୁଖ ନେତୃତ୍ୱ ନେଇ ୫୦୦ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଥିଲେ। ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ଗିରି, ଶକ୍ତିନାଥ ଦାସ୍, ଦିବ୍ୟଜୋତି ବାରିକ, ସୁରେଶ ମହାନ୍ତ, ରାଧାନାଥ ମହାନ୍ତ, ନିରଞ୍ଜନ ମହାକୁଡ ଏବଂ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ବିଭୂତି ଭୂଷଣ ସାହୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବୈଦନାଥ ସୋରେନ୍, ସୌରଭ କୁମାର ଦାସ, ପୁଷ୍ପାଆଶା ପୂର୍ତ୍ତି ,ସୁଚିତ୍ରା ତିରିଆ, ରିତକ୍ ଲୋହାର, ପୁରମାଲ୍ ହେମ୍ବ୍ରମ, କୃଷ୍ଣ ମାଝି, ପୁରେନ୍ଦର ବେହେରା ଆଦି ବୃକ୍ଷରୋପଣରେ ସହଯୋଗ କରିଥିଲେ।


