ବନ ବିଭାଗର ଚଢ଼ାଉ

କୁଚିଣ୍ଡା (ଯୁଗାବ୍ଦ ନ୍ୟୁଜ) : ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ଦୀର୍ଘ ଦିନରୁ କାଠ ମଫିଆ ମାନେ ବେଫିକର ଭାବରେ ଲକ୍ଷାଧିକ ଟଙ୍କାର କାଠ ମୂଲ୍ୟବାନ ଚାଲାଣ ହେଉଥିବା ଅଭିଯୋଗ ହେଉଛି । କିଛି ଦିନର ନୀରବତା ପରେ ରବିବାର କୁଚିଣ୍ଡା ବନ ବିଭାଗର ଆଖି ଖୋଲିଛି । କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଜମନକିରା (ବି )ଗ୍ରାମର ଅକ୍ଷୟ ମାଝୀଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର କାଠ ପଟା ଜବତ କରିଛି । ସୂଚନାନୁଯାଇ, କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ପଞ୍ଚାୟତର ଜମନକିରା ଗ୍ରାମରେ ବେଆଇନ ଭାବରେ ଗଛ ପଟା ରହିଥିବା କୁଚିଣ୍ଡା ବନ ବିଭାଗ ଖବର ପାଇଥିଲା । ପରେ କୁଚିଣ୍ଡା ରେଞ୍ଜର ଗଗନ ବିହାରୀ ମଲ୍ଲିକଙ୍କ ନେତୃତ୍ୱରେ ଅକ୍ଷୟ ମାଝୀଙ୍କ ଘରେ ଚଢାଉ କରିଥିଲେ। ଏଥିରେ କାଠ ପଟା,ଚୌଉକାଠ, କବାଟ, ଆଦି ପ୍ରାୟ ୨ଲକ୍ଷ ଟଙ୍କାର ପଟାହୋଇଥିବାର ଅନୁମାନ କରାଯାଇଛି । ଏହା ସହ କରତ, କାଠ କାଟିବା ଟାଙ୍ଗିଆ ମଧ୍ୟ ଜବତ କରିଥିଲେ।ବନ ବିଭାଗ କର୍ମଚାରୀ ମାନେ ଘରେ ପହଞ୍ଚିବା ପୂର୍ବରୁ ସୁରାକ ପାଇ ଘରୁ ସମସ୍ତେ ଫେରାର ହୋଇଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ