ଖରସ୍ରୋତା ବଂଚାଓ ନେଇ ଜନଶକ୍ତି ପାର୍ଟିର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଖରସ୍ରୋତା ନଦୀ ଜଳ ପ୍ରକଳ୍ପ ବିବାଦକୁ ନେଇ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଓ ଆଳି ଅଂଚଳର ଲୋକମାନଙ୍କ ନାମରେ କରାଯାଇଥିବା ମିଥ୍ୟା ମକଦ୍ଦମାର ପ୍ରତ୍ୟାହାର, ଅନଶନକାରୀ ଶ୍ରୀକାନ୍ତ ନାୟକଙ୍କୁ ଜିଲ୍ଲାପାଳ ସାକ୍ଷାତ ନ କରିବା ସମସ୍ୟାର ଆଶୁ ସମାଧାନ କରାଯିବା ସହିତ ସାଧାରଣ ଜନତାଙ୍କ ସ୍ୱରକୁ ପ୍ରଶାସନ ଚାପିନଦେବା ଏବଂ ଆନିକଟ ନିର୍ମାଣ କରାଯାଇ ଜଳ ବିବାଦର ସମାଧାନ କରାଯିବା ଦାବିରେ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ଦାଶ, ସଂଖ୍ୟାଲଘୁ ସଭାପତି ସେକ ଅମିରୁଦ୍ଦିନ, ବିବେକ ନାୟକ, ଅନନ୍ତ ବେହେରା, କବି ହେମନ୍ତ ରାଉତ, ଦ୍ୱାରିକା ସେନାପତି, କିସୁ ଜେନା , ନାରାୟଣ ମଲ୍ଲିକ ପ୍ରମୁଖ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ