କୋଭିଡ ଯୋଦ୍ଧାଙ୍କ ନିସ୍ଵାର୍ଥପର କାର୍ଯ୍ୟକୁ ପ୍ରଂଶସା କଲା ଭାରତ ବିକାଶ ପରିଷଦ

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁଣିସିପେଣ୍ଠ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନ ରେ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀ ମାନଙ୍କୁ ଭାରତ ବିକାଶ ପରିଷଦ ଗଞ୍ଜାମ ଶାଖା ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ମହାପ୍ରସାଦ (ଅଭଡ଼ା) ବଣ୍ଟନ କରାଯାଇଛି । କରୋନା ଦାଉରୁ ଲୋକ ମାନେ ସୁରକ୍ଷିତ ରହିବା ସମେତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ ରେ ନିୟୋଜିତ ହୋଇ ଲୋକଙ୍କ ଜୀବନ ରକ୍ଷା କରିବାରେ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ର କର୍ମଚାରୀ ମାନେ କାର୍ଯ୍ୟ କରିଆସୁଛନ୍ତି l ବହୁ କର୍ମଚାରୀ ନିଜେ କରୋନା ଆକ୍ରାନ୍ତ ହୋଇ ଓ ପରେ ସୁସ୍ଥ ହୋଇ ପୁଣି କାର୍ଯ୍ୟ ରେ ଯୋଗ ଦେଇଛନ୍ତି l ପୂର୍ବରୁ କର୍ମଚାରୀମାନଙ୍କ ଏଭଳି କାର୍ଯ୍ୟଧାରାକୁ ବିଭିନ୍ନ ମହଲ ରେ ପୂର୍ବରୁ ପ୍ରଂଶସା କରାଯାଇଥିବା ବେଳେ ଆଜି ସେମାନଙ୍କୁ ଅଭଡ଼ା ବଣ୍ଟନ କରାଯାଇଛି l ଅଭଡ଼ା ପାଇଥିବା ରୁ ସେମାନେ ଖୁସି ଜାହିର କରିଛନ୍ତି l ଭାରତ ବିକାଶ ପରିଷଦ ଗଞ୍ଜାମ ଶାଖା ଅଧ୍ୟକ୍ଷ ଇ.ରାମା ରାଓ ସୁବୁଦ୍ଧି ଙ୍କ ଅଧ୍ୟକ୍ଷତାରେ ଓ ଶାଖା ସଦସ୍ୟ କ୍ରିଷ୍ଣା ଚନ୍ଦ୍ର ଜେନା, ବରୁଣ କୁମାର ପାଣିଗ୍ରାହୀ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସଫଳ ରୂପେ ଅନୁଷ୍ଠିତ ହୋଇଥିଲା । ଡାକ୍ତର କିରଣ କୁମାର ପାଣିଗ୍ରାହୀ ପ୍ରସାଦ ଯୋଗେଇବାରେ ସହଯୋଗ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ଜ୍ଞାନେନ୍ଦ୍ର କୁମାର ପାତ୍ର ସମସ୍ତ ଶାଖା ସଦସ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ